jayashree

ସାଗାରପାଲି ଜୁନିଅର ରେଡକ୍ରସ ତରଫରୁ ରକ୍ତଦାନ ଶିବିର

ସୋନପୁର, (ପ୍ରଭୁଦତ୍ତ ରଥ) : ସାଗାରପାଲି ଗଙ୍ଗାଧର ମେହର ହାଇସ୍କୁଲର ଜୁନିଅର ରେଡକ୍ରସ ତରଫରୁ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ସୋନପୁର ବ୍ଲକ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହର ଉଦଉଦ୍‌ଘାଟନ କରିଥିଲେ ଓ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଉମାକାନ୍ତ ନାଗ, ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ନାଇକେନ୍‌ପାଲି ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ସରୋଜ କୁମାର ପଟେଲ, ବ୍ଲଡ୍‌ ଡୋନେଟ୍‌ ମୋଟିଭେଟର୍‌ ରାମ ନାରାୟଣ ଦାଶ, ରେଡକ୍ରସ ସାଧନକର୍ମୀ ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଉକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଭବ୍ୟସଭାରେ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ସାଂପ୍ରତିକ କରୋନା ଭୟାବହତାରେ ସ୍ୱେଚ୍ଚାକୃତ ଭାବରେ ଆଗେଇ ଆସି ନିଜସ୍ୱ ବହୁମୂଲ୍ୟ ରକ୍ତ ରୋଗୀମାନଙ୍କ ଉଦ୍ଦେଶ୍ୟରେ ଦାନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହି ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଥିଲେ । ସୋନପୁର ରକ୍ତ ଭଣ୍ଡାରର ଟେକନିସିଆନ ସୁବାସ ପଣ୍ଡା, ଡାଟା ଅପେରଟର ଜଗତ ଦରୱାନ, ଯୁଧିଷ୍ଠିର ନାଏକ ପ୍ରମୁଖଙ୍କ ନେତୃତ୍ୱରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସମସ୍ତ ରକ୍ତଦାତାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରକାଶଥାଉ କି ଏହି ିଶିବିରରେ ସ୍ୱେଚ୍ଚାସେବୀ ହୃଷିକେଷ ମେହେର ୨୨ନଂ ଥର ଏବଂ ବ୍ଲକର ଜୁନିଅର ରେଡକ୍ରସ ସଂଯୋଜକ ରମେଶ ଚନ୍ଦ୍ର ଦାଶ ୨୧ ନଂ ଥର ପାଇଁ ରକ୍ତଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀସାହୁ ମଧ୍ୟ ରକ୍ତଦାନ ଭଳି ମହାନ କାର୍ଯ୍ୟରେ ନିଜକୁ ସାମିଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ରବିନ୍ଦ୍ର କୁମାର ମିଶ୍ର, ଉମେଶ ଚନ୍ଦ୍ର ମେହେର, ମନିଷ କୁମାର ପଣ୍ଡା ତଥା ଗ୍ରାମବାସୀ ସହେଯାଗ କରିଥିଲେ । ଶେଷରେ ଜୁନିଅର ରେଡକ୍ରସ ପରାମର୍ଶଦାତା ବନବାସ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.