ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି କରୋନା ସଂକ୍ରମଣରେ ୭ ଜଣଙ୍କ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକମାନେ କଟକ ଜିଲ୍ଲାରୁ ୩ ଜଣ ଏବଂ ପୁରୀ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଜଗତସିଂପୁର ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ହୋଇଥିବା ସୂଚନାରେ କୁହାଯାଇଛି ।