jayashree

୨୬ ନଂ ଏନ୍‌ଏଚ୍‌ ସାଲେଭଟାଠାରେ ରାସ୍ତାରେ ବିରାଟ ଗର୍ତ୍ତ, ସ୍ଥାୟୀ ମରାମତି ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରଗଡ଼ ୨୬ ନଂ ଜାତୀୟ ରାଜପଥ ସାଲେଭଟା ଗ୍ରାମ ଦେଇ ଯାଇଥିବା ବେଳେ ଲାଲଚନ ଶର୍ମାଙ୍କ ଘର ସମ୍ମୁଖରେ ରାସ୍ତାରୁ ପିଚୁ ଉଠିଯାଇ ଏକ ବିରାଟ ଖାଲ ସୃଷ୍ଟି ହୋଇଛି । ଉକ୍ତ ଖାଲରେ ବର୍ଷା ପାଣି ଜମି ରହି ଗର୍ତ୍ତଟିର ଅବସ୍ଥିତି ଜଣାପଡୁ ନଥିବାରୁ ଅନେକ ସାଧାରଣ ପଥଚାରୀ ଓ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏନ୍‌ଏଚ୍‌ ବିଭାଗର ସ୍ଥାନୀୟ କର୍ମଚାରୀ ନାମକୁ ମାତ୍ର କ୍ରସର ଗୁଣ୍ଡ ପକାଇ ମରାମତି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କୌଣସି ଧନଜୀବନ ହାନି ହେବା ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉପଯୁକ୍ତ ଭାବେ ଖାଲଟିର ମରାମତି କରିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

Leave A Reply

Your email address will not be published.