csstore

ସରକାରୀ ଡାକ୍ତରଖାନାରେ ଭାଗବଣ୍ଟା କରି ନେଉଛନ୍ତି ଲାଞ୍ଚ

ପୁରୀ : ସରକାରୀ ଡାକ୍ତର ଖାନାରେ ଲାଞ୍ଚ କାରବାରକୁ ନେଇ ଅଭିଯୋଗ ହୋଇଛି । ସରକାରଙ୍କ ଦ୍ୱାରା ନିଯୁକ୍ତ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ମେଡିକାଲ ଷ୍ଟାଫ୍‌ ରୋଗୀ ଦେଖି ରୋଗୀଙ୍କ ଘର ଲୋକଙ୍କ ଠାରୁ ଲାଞ୍ଚ ନେଇ ନିଜ ନିଜ ଭିତରେ ଭାଗ ବଣ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଜୋର୍‌ ଧରିଛି । ପୁରୀ ବଡ ଡାକ୍ତରଖାନାର ଏହି ଭିଡିଓ ବୋଲି ଜଣାପଡିଥିବା ବେଳେ ଜଣେ ପ୍ରସୂତୀଙ୍କ ପରିବାରଙ୍କ ଠାରୁ ଖୁଲମ୍‌ଖୁଲା ଟଙ୍କା ମାଗୁଛନ୍ତି ପୁରୀ ଡାକ୍ତରଖାନାର ଷ୍ଟାଫ୍‌ । ଏହି ଭିଡିଓରେ ପ୍ରାୟ ୨୨୦୦ ଟଙ୍କାର ଲାଞ୍ଚ କାରବାର ହେଉଥିବାର ଚିତ୍ର ଦେଖିବାକ୍‌ୁ ମିଳିଛି । ୨୨ ଶହ ଟଙ୍କାରୁ ଦୁଇ ହଜାର ଟଙ୍କା ଡାକ୍ତର ଏବଂ ଦୁଇ ଶହ ଟଙ୍କା ନର୍ସ ନେବେ ବୋଲି ମଧ୍ୟ କୁହାଯାଇଛି । ଏନେଇ ଏହି ଘଟଣାର ଅଭିଯୋଗ ପରେ ପୁରୀ ଏଡିଏମ୍‌ଓ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.