csstore

୩୨ତମ ଜାତୀୟ ଉଷୁ ପ୍ରତିଯୋଗିତା ପାଇଁ ଓଡିଶା ଦଳରେ ବଲାଙ୍ଗିରରୁ ଆଲୋକ ନାଏକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୬ ଜୁନଠାରୁ ୧ ଜୁଲାଇ ପର୍ଯ୍ୟନ୍ତ ପୁନେ (ମହାରାଷ୍ଟ୍ର)ଠାରେ ୩୨ତମ ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୩୨ ଜଣ ପ୍ରତିଯୋଗୀ ଏବଂ ୬ ଜଣ ଅଫିସିଆଲ ଅଂଶ ଗ୍ରହଣ କରିବେ । ଏଥିରେ ବଲାଙ୍ଗିରରୁ ଆଲୋକ ନାଏକ (୨୮) ଏହି ଓଡିଶା ଦଳରେ ତାଉଲୁ ଅପସନାଲ ଇଭେଂଟରେ ପ୍ରତିଦ୍ୱନ୍ଦିତା କରିବେ । ଓଡିଶାର ଅଫିସିଆଲ ଭାବରେ- ପ୍ରଦ୍ୟୁମ୍ନ ବେହେରା-ଆର୍ନ୍ତଜାତୀୟ ଜଜ୍‌, ଅନୁରାଧା ଡୋରା- ଜାତୀୟ ଜଜ୍‌, ପଙ୍କଜ ମହନ୍ତ- କୋଚ୍‌, ସୁଶାନ୍ତ ନାଏକ- କୋଚ୍‌, ସୁଜନ କୁମାର ରଥ- ମ୍ୟାନେଜର, ଈଶ୍ୱର ଚନ୍ଦ୍ର ମହନ୍ତ- ମ୍ୟାନେଜର ଭାବରେ ଓଡିଶା ଦଳକୁ ପ୍ରତିନିଧିତ୍ୱ କରିବେ । ସୂଚନାଯୋଗ୍ୟ ଯେ, ଉଷୁ ମାର୍ଶଲ ଆର୍ଟ୍ସ ଭାରତ ସରଲାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ମାନ୍ୟତା ପ୍ରାପ୍ତ ଖେଳ ହୋଇଥିବାରୁ ଉଷୁ ମାର୍ଶଲ ଆର୍ଟ୍ସ ଭାରତରେ ଏହାର ଚାହିଦା ଯୁବ ପୀଢିଙ୍କ ମଧ୍ୟରେ ବଢି ଚାଲିଛି ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.