ଛତ୍ରପୁରଠାରେ କଳା ବିକାଶ କେନ୍ଦ୍ର ପକ୍ଷରୁ ବିଶ୍ଵ ସଙ୍ଗୀତ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅଗ୍ରଣୀ ସଂଗଠନ ଛତ୍ରପୁର କଳା ବିକାଶ କେନ୍ଦ୍ର ଆନୁକୂଲ୍ୟରେ ବିଶ୍ଵ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍ ରୁମ୍ ପରିସରରେ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ବିଶ୍ଵ ସଙ୍ଗୀତ ଦିବସ ପାଳନ କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରବଚକ/ପ୍ରବକ୍ତା ଜଗନ୍ନାଥ ପଣ୍ଡା, ବିଶିଷ୍ଟ ଜ୍ୟୋତିଷ ବିଶାରଦ, ସଙ୍ଗୀତ ବିଶାରଦ ଗୁରୁରତ୍ନ ବଟକୃଷ୍ଣ ତ୍ରିପାଠୀ, ସଙ୍ଗୀତମଣି ଗୁରୁ ଗଣେଶ ପଟ୍ଟନାୟକ, ବସନ୍ତ ମହାପାତ୍ର ଏବଂ ଛତ୍ରପୁର ଓ ବ୍ରହ୍ମପୁରର ବହୁ କଣ୍ଠ ଶିଳ୍ପୀ ଯୋଗଦେଇ କଣ୍ଠଦାନ କରିଥିଲେ । ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଇଂ.ରାମଚନ୍ଦ୍ର ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ ସୁଜାତା ପଟ୍ଟନାୟକ, ବରେଣ୍ୟ କବି ପ୍ରଶାନ୍ତ ଶତପଥୀ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । କଳାବିକାଶ କେନ୍ଦ୍ରର ଅଫିସ ପରିଚାଳନା କର୍ମୀ ଉମେଶ ଚନ୍ଦ୍ର ବେହେରା, ମୁନା ବେହେରା, ଦୀପକ ଗୁରୁଜୀ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.