ପଦ୍ମପୁରରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ବିନାୟକ ମିଶ୍ର ଯୋଗ ଦେଇଛନ୍ତି । ଯୋଗଦାନ ପରେ ଶ୍ରୀ ମିଶ୍ର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ବର୍ତ୍ତମାନ ପଦ୍ମପୁର ଉପଖଣ୍ଡର ସୂଚନା ଓ ଲୋକ ସମ୍ପର୍କ ବିଭାଗର ଭାରପ୍ରାପ୍ତ ଅଧିକାରୀ ରୂପେ ଦାୟିତ୍ଵ ତୁଲାଉଥିବା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାର ନିର୍ମଳ ଧରୁଆଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ଦୀର୍ଘ ଦିନ ଧରି ଏହି ପଦବୀଟି ଖାଲି ରହିଥିଲା । ଶ୍ରୀ ମିଶ୍ର ଏହି ପଦବୀରେ ଯୋଗଦେବା ପରେ ଯେଉଁଭଳି ଲୋକଙ୍କ ପାଖରେ ଉପଯୁକ୍ତ ଭାବରେ ଓ ଉଚିତ ସମୟରେ ସରକାରୀ ସୂଚନା ସବୁ ପହଞ୍ଚି ପାରିବ ସେ ଦିଗରେ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି । ଉପଖଣ୍ଡର ସାମ୍ବାଦିକମାନଙ୍କ ସହ ସମନ୍ୱୟ ରକ୍ଷା କରି ସେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସବୁ କାର୍ଯ୍ୟ ସମ୍ପନ୍ନ କରିବେ ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.