ବୁକୁରାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃର କାର୍ଯ୍ୟାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃରେ ନଂ-18/pdmp/2023ର ସାଧାରଣ ସଭା ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ରାଜୀବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଚାଷୀ ନେତା ରମେଶ ମହାପାତ୍ର, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅନିତା ଭୋଇ ଏବଂ ରାଜ ବୋରାସମ୍ବର କୃଷକ ସଂଗଠନର ଆବାହକ ଅଶୋକ ସାହୁ ଯୋଗଦାନ କରି ପ୍ରାଥମିକ କୃଷି ସମବାୟ ସମିତିର ପରିଚାଳନା ବିଷୟରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ପୂର୍ବରୁ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଏହି କୃଷି ସମବାୟ ସମିତିକୁ ଶୁଭ ଉଦ୍‌ଘାଟନ କରିଥିଲେ । ଆଜିକାର ଏହି ସଭାରେ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଆନୁଷ୍ଠାନିକ ରୂପରେ କାର୍ଯ୍ୟ ଭାର ଗ୍ରହଣ କରିଥିଲେ ଏବଂ ଆଗାମୀ ଦିନରେ ଏହାର ସୁ ପରିଚାଳନା ନିମନ୍ତେ ଶପଥ ଗ୍ରହଣ କରିଥିଲେ । ଉକ୍ତ ପ୍ରାଥମିକ କୃଷି ସମବାୟ ସମିତି ଲିଃର ସଂଗଠକ ଧନେଶ୍ୱର ଭୋଇ ମୁଖ୍ୟ ଉଦ୍ୟୋକ୍ତା ଚନ୍ଦନ ବାରିକ ତଥା ସମସ୍ତ ପନ୍ଦର ଜଣିଆ କାର୍ଯ୍ୟକାରୀ ସଦସ୍ୟଙ୍କୁ ଉପଢୌକନରେ ସମ୍ମାନିତ କରାଯାଇଥିଲା । ଏହି ସମବାୟ ସମିତିର ସମସ୍ତ ବିଧିବଦ୍ଧ କାଗଜପତ୍ର ବୁକୁରାମୁଣ୍ଡାଠାରେ ସମ୍ପାଦନା କରାଯିବା ପାଇଁ ସ୍ଥିରୀକୃତ ହେଲା । ଏହି କାର୍ଯ୍ୟକ୍ରମକୁ ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ସଂଯୋଜନା କରିଥିଲେ । ପରିଶେଷରେ ସମସ୍ତ ଚାଷୀ ଭାଇ ଭଉଣୀ ଉପସ୍ଥିତ ରହି ଆଗାମୀ ଦିନରେ ଏହି କୃଷି ସମବାୟ ସମିତି ଲିଃ କିପରି ଓଡିଶାରେ ପ୍ରଥମ ଭାବରେ ମୁଣ୍ଡ ଟେକିବ ତାର ଦୃଢ ସଂକଳ୍ପ ନେଇଥିଲେ । ଶେଷରେ ବୁକୁରାମୁଣ୍ଡା ବୀର ସାବରକର କ୍ଲବର ସେକ୍ରେଟାରୀ ସୁବାଷ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.

error: Content is protected !!