ନୂଆପଡା ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ବ୍ଲକ ବିଜେଡିର ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ରାସ୍ତା ପାର୍ଶ୍ୱରେ ଥିବା ନୂଆପଡା ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ବ୍ଲକ ବିଜେଡିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ବିଜେଡି ସଭାପତି ଡମ୍ବରୁ ମେହେରଙ୍କ ସଭାପତିତ୍ୱରେ ବ୍ଲକର ପଦାଧିକାରୀମାନଙ୍କ ଏକ ବୈଠକ ହୋଇଯାଇଛି । ଅଳ୍ପଦିନ ମଧ୍ୟରେ ଯୁବ, ଛାତ୍ର ଓ ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କର ଏକ ସମାବେଶ କରିବାକୁ ନିଷ୍ପତ୍ତି ନିଆଗଲା । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଜୟ ଦାସ, ରାଜ୍ୟ ଯୁବ ସମ୍ପାଦକ ତଥା ବଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଜିତ ଯୋଶୀ, ଯୁବ ସଭାପତି ସଞ୍ଜୟ ବେହେରା, ଯୁବ ନେତା ଜଗଦୀଶ ସୁନା, ସୁମିତ ଜୈନ, ସୁଶିଲ ଜୈନ, ନେପାଲ ବେହେରା, ତୁଳା ମେହେରଙ୍କ ସହ ବରିଷ୍ଠ କର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଏଥିରେ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.