କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲ ‘୫ଟି’ରେ ରୂପାନ୍ତରିତ ହୋଇ ଆରମ୍ଭ ହେଲା କାମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ‘୫ଟି’ କାମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହ ନଡ଼ିଆ ବାଡେଇ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର ପୃଥ୍ୱୀରାଜ ବାଗ, ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଶୁଭାକର ନାଗ, ପାର୍ଥ ହଂସ, ୱାର୍ଡ ମେମ୍ବରଙ୍କ ପ୍ରତିନିଧି ସନ୍ତୋଷ ହଂସ ଉପସ୍ଥିତ ଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ କିରଣ କୁମାର ପ୍ରଧାନ, ବରୁଣ କୁମାର ବାରିକ, ନିଲମଣୀ ବିଶି, ଯୋଗିଚନ୍ଦ୍ର ବିଶିଙ୍କ ସମେତ ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲକୁ ‘୫-ଟି’ରେ ରୂପାନ୍ତରିତ କରିବା ପାଇଁ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କଠାରେ ଦୃଷ୍ଟି ଆକର୍ଷଣ କରିବା ସହ ଦାବୀପତ୍ର ପ୍ରଦାନ କରାଯାଉଥିଲା । ତେବେ ସରକାରଙ୍କ ପକ୍ଷରୁ ‘୫-ଟି’ରେ ସାମିଲ କରିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଅଞ୍ଚଳର ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାବିତ । ‘୫-ଟି’ରେ ହାଇସ୍କୁଲ କାମ ଆରମ୍ଭ ହୋଇଥିବା ବେଳେ ଆଉ କିଛି ମାସ ମଧ୍ୟରେ କାମ ଶେଷ ହେବ ବୋଲି ଜଣାପଡ଼ିଛି । ଦୀର୍ଘ ଦିନର ଦାବୀ ପୂରଣ ହେବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ହସଖୁସିରେ ପାଠ ପଢିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.