ନୂତନ ବସ୍‌ ଷ୍ଟାଣ୍ଡରେ ସୁଲଭ ଶୌଚାଳୟ ଉଦ୍‌ଘାଟନ କଲେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନୂତନ ବସ୍‌ ଷ୍ଟାଣ୍ଡରେ ସୁଲଭ ଶୌଚାଳୟ ଉଦ୍‌ଘାଟନ କରିଛନ୍ତି ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହି ସୁଲଭ ଶୌଚାଳୟ ନିର୍ମାଣ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି । ତେବେ ପୂର୍ବରୁ ଏଠାରେ ଅସ୍ଥାୟୀ ଭାବେ ଶୌଚାଳୟର ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ସ୍ଥାୟୀ ଭାବେ ଏଠାରେ ସୁଲଭ ଶୌଚାଳୟ ନିର୍ମାଣ ହୋଇଛି । ଏହି ଉଦ୍‌ଘାଟନ ସମାରୋହରେ ଜିଲ୍ଲାପାଳ ଶ୍ରୀ ରାଣାଙ୍କ ସହ ଅନ୍ୟ ଅଧିକାରୀମାନଙ୍କ ସମେତ ଘରୋଇ ବସ୍‌ ମାଲିକ ସଂଘର ସଦସ୍ୟ ସମୂହ ଓ ଯାତ୍ରୀମାନେ ଉପସ୍ଥିତ ଥିଲେ । ଏହାଦ୍ୱାରା ଯାତ୍ରୀମାନେ ବିଶେଷ ସୁବିଧା ପାଇପାରିବେ ବୋଲି ଘରୋଇ ବସ୍‌ ମାଲିକ ସଂଘର ସଭାପତି ଦୁର୍ଗାଚରଣ ବେହେରା ଏବଂ ଉପସଭାପତି ସୌମେନ୍ଦ୍ର ପରିଚ୍ଛା କହିଛନ୍ତି ।

Leave A Reply

Your email address will not be published.