ଦୀର୍ଘ ଦିନର ଦାବୀ ପରେ ଆଗାମୀ ମୌସୁମୀକୁ ଆଖି ଆଗରେ ରଖି ଲକ୍ଷ୍ମୀଜୋରକୁ ସଫା କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଲକ୍ଷ୍ମୀଜୋରକୁ ସଫା କରିଛି ପ୍ରଶାସନ । ଯାହାକୁ ନେଇ ଆଜି ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । ତେବେ ଗତ ଦୁଇରୁ ତିନି ବର୍ଷ ତଳେ ବଲାଙ୍ଗିର ସହରରେ ଏକ ବନ୍ୟା ହୋଇଥିଲା । ଯାହାର ମୁଖ୍ୟ କାରଣ ହେଉଛି ଏହି ଲକ୍ଷ୍ମୀଜୋର । ଲକ୍ଷ୍ମୀଜୋର ଆବର୍ଜନାମୟ ହୋଇଥିବା ବେଳେ ବର୍ଷା ଜଳ ନିଷ୍କାସନ ହୋଇପାରି ନଥିଲା ଓ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନର ୨ଟି ବଡ଼ ବଡ଼ ଜେସିବି ଲକ୍ଷ୍ମୀଜୋରକୁ ପରିଷ୍କାର କରିବା ପାଇଁ ଲାଗିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.