ବୁଗୁଡ଼ା ସହରରେ ଭକ୍ତିମୟ ପରିବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରେ ରହିଛି, ଜଗନ୍ନାଥ ସଂସ୍କୃତିର ଧର୍ମଧାରାର ପରମ୍ପରା, ପ୍ରତିଗ୍ରାମରେ ଜଗନ୍ନାଥ ମନ୍ଦିର ଦିଅଁଙ୍କ ରଥଯାତ୍ରା ଏକ ନିଆରା ଧାର୍ମିକ ପରମ୍ପରା । ଜିଲ୍ଲାର ବୁଗୁଡ଼ା ଏନ୍.ଏ.ସି ବଡ଼ଦାଣ୍ଡଠାରେ ପାଳିତ ହୋଇଆସୁଥିବା ପବିତ୍ର ଘୋଷଯାତ୍ରାରେ ମଧ୍ୟ ଅଗଣିତ ଭକ୍ତମଣ୍ଡଳୀଙ୍କ ସମାବେଶ ଏକ ଅପୂର୍ବ ଭକ୍ତିବାଦର ସମ୍ମିଳନୀ ସଦୃଶ ପ୍ରତୀୟମାନ ହୁଏ । ଚଳିତ ବର୍ଷ ଅନୁଷ୍ଠିତ ରଥଯାତ୍ରା ସମାରୋହରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଯୋଗଦେଇ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ଅଗଣିତ ଭକ୍ତଜନ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ବିଭୂକୃପା ଲାଭ କରି ଖୁସି ଅନୁଭବ କରିଛନ୍ତି ।

Leave A Reply

Your email address will not be published.