ବଲାଙ୍ଗିର ହୋଟେଲ ସଂଘର ବାର୍ଷିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହୋଟେଲ ସ୍ୱୟମଠାରେ ବଲାଙ୍ଗିର ହୋଟେଲ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ହୋଟେଲ ସଂଘର ସଭାପତି ଜୟ ପ୍ରକାଶ ପୁରୋହିତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ପର୍ଯ୍ୟଟନ ସଚିବ ସଚୀନ ରାମଚନ୍ଦ୍ର ଯାଦବ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ରୁଷିକେଶ ଖିଲାରୀ, ରାଜ୍ୟ ହୋଟେଲ ରେଷ୍ଟୁରାଣ୍ଟ ସଂଘର ସଭାପତି ଜେ.କେ ମହାନ୍ତି, ପଶ୍ଚିମ ଓଡିଶା ସଭାପତି ଯଶବୀରସିଂ ହୁରା ଓ ସଂଘର ସାଧାରଣ ସଂପାଦକ ରବି ନାରାୟଣ ପୂଜାରୀ ମଂଚାସୀନ ଥିଲେ । ଜିଲ୍ଲାକୁ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି କରାଯାଉ ବୋଲି କୁହାଯିବା ସହ ସାରା ରାଜ୍ୟର ବିଭିନ୍ନ ସମସ୍ୟାଗୁଡିକୁ ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଉପସଭାପତି ଲୋଟସ ଷଢଙ୍ଗୀ, ସହସମ୍ପାଦକ ଅଭିଜିତ ମିଶ୍ର, କୋଷାଧ୍ୟକ୍ଷ ଜନ୍ମେଜୟ ଭମର, ବରିଷ୍ଠ ସଦସ୍ୟ ଅଶୋକ ପାଢ଼ୀ, ରାମ ଦାଶ, ବୁଲୁ ପୁରୋହିତ, ଧୃବ ଯୁଏଡ଼, ତ୍ରିପୁରାରୀ ପାଣିଗ୍ରାହୀ, ନରେନ୍ଦ୍ର ସାହୁ, ଗୋପାଳ ଦାନୀ, ଭିକି ଅଗ୍ରୱାଲ, ସ୍ୱାଗତ ପୁରୋହିତ, ପ୍ରଣବ ଖୁଆସ, ବିବେକା ପତି, ମହାତ୍ମା ସାହୁ, ନିଶ୍ୱଜିତ ସାହୁ, ପଙ୍କଜ ଅଗ୍ରୱାଲ, ହରିଶ ରାଇଥାଟା, ଜିଲ୍ଲାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପଶ୍ଚିମ ଓଡିଶାର ରାଉଲକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର ପ୍ରମୁଖ ଜିଲ୍ଲାରୁ ହୋଟେଲ ମାଲିକମାନେ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ପଶ୍ଚିମ ଓଡିଶାରେ ଭଲ ହୋଟେଲ ଭାବରେ ସୁନାମ ଅର୍ଜନ କରିଥିବା ଝାରସୁଗୁଡା ଓର ଚାଟ ହୋଟେଲ ମାଲିକ ଆଶିଷ ପାଲିତଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.