csstore

ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନରେ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କସ୍ତୁରବା ଗାନ୍ଧୀ ମାତୃନିକେତନ ପାଇକମାଲରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗଗୁରୁ ଦେବଦର୍ଶନ ତ୍ରିପାଠୀ ଯୋଗ ଦେଇ ଅନୁଷ୍ଠାନର ଅନ୍ତେବାସୀଙ୍କୁ ଅତି ସୁନ୍ଦର ଭାବରେ ଯୋଗାଭ୍ୟାସ କରାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନନ୍ଦଲାଲ ମିନା ଆସିଷ୍ଟାନ୍ କାମାଣ୍ଡେନ ସି.ଆର୍‌.ପି.ଏଫ୍. ୧୮୯ ବାଟାଲିୟନ ତରଫରୁ ଏବଂ ସମ୍ମାନୀୟ ଅତିଥି ପାଇକମାଲ ତହସିଲଦାର ଅକ୍ଷୟ କୁମାର ବାଘ ଯୋଗ ଦେଇଥିଲେ । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ନିର୍ମଳ ଗିରି ଏବଂ ଅନୁଷ୍ଠାନର କର୍ମକର୍ତ୍ତା ସଂଜୀବ ଦାଶ, ସୁରଭି ବାରିକ, ସୁଚରିତା ପଣ୍ଡା, ଅନୁଶ୍ରୀ ଶର୍ମା, ପ୍ରିତମ ସାହୁ, ଯଶୋବନ୍ତି ଭୋଇ, ଲୀନା ପାଣ୍ଡେ, ରଂଜିତା ସାହୁ, ତିଳକ ରାମ ମାଝୀ, ସୁକାନ୍ତି ପଟେଲ, ବାସନ୍ତୀ ପଟେଲ, ଚଦ୍ରଶେଖର ପାତ୍ର ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗାଭ୍ୟାସ କରିଥିଲେ । ଶେଷରେ ନିର୍ମଳ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.