csstore

କୋଶଲୀ ସର୍ଟ ଫିଲ୍ମ “ବଏନା”ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲର୍କିପାଲି ଆମପଡ଼ା ଗାଆଁରେ କାଇଁଚ ମିଡ଼ିଆର ପଞ୍ଚମ ଅବଦାନ କୋଶଲୀ ସର୍ଟ ଫିଲ୍ମ “ବଏନା”ର ଶୁଭାରମ୍ଭ ହୋଇଯାଇଛି । ତିନି ଦିନ ଧରି ଉକ୍ତ ଗାଆଁରେ ସୁଟିଂ ହୋଇ ଶେଷ ହେବାର ସ୍ଥିର କରାଯାଇଛି । ପଶ୍ଚିମ ଓଡ଼ିଶାର ବିଶେଷ କରି ବଲାଙ୍ଗିର ଜିଲ୍ଲାର ଅନେକ ଗରିବ ପରିବାର ପ୍ରତିବର୍ଷ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ନୂଆଁଖାଇ ପୂର୍ବରୁ ଆଗତୁରା ବଏନା ବା ଅଗ୍ରୀମ ଟଙ୍କା ସର୍ଦ୍ଦାରଠାରୁ ଆଣି ନିଜର ଅଭାବ ଅନାଟନକୁ ମେଣ୍ଟାଇଥାନ୍ତି । ସେଭଳି ଏକ କରୁଣ କାହାଣୀକୁ ଭିତ୍ତି କରି ଗୋଟିଏ ପରିବାର ସର୍ଦ୍ଦାରଠାରୁ ବଏନା ନେଇ କେମିତି ନିର୍ଯ୍ୟାତିତ ହୋଇଛନ୍ତି, ତାହା ଏଇ ବଏନା ଫିଲ୍ମ୍‌ର ମୁଖ୍ୟ କାହାଣୀ । ଯାହା ଆଗାମୀ ଦିନରେ ସମାଜକୁ ଏକ ସଚେତନ ବାର୍ତ୍ତା ପ୍ରଦାନ କରିବ ବୋଲି ଆଶା କରାଯାଏ । ଗୋପୀନାଥ ଦଣ୍ଡସେନାଙ୍କ ପ୍ରଯୋଜନାରେ ବଏନାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶକ ଭାବେ ଚୂଡ଼ାମଣି ମୁଦୁଲି ରହିଛନ୍ତି । ଅଭିନୟରେ ନିରଞ୍ଜନ ପଣ୍ଡା, ନେପାଲ ଚନ୍ଦ୍ର ବାଗ, ଉପେନ୍ଦ୍ର କୁମାର ସାହୁ, ରବୀନ୍ଦ୍ର ଠେଟୁଆଲ୍, ଭବାନୀ ଶଙ୍କର ମିଶ୍ର, ରୁଦ୍ରଦେବ ସାହୁ, ତରଣୀ ସେନ୍ ଧରୁଆ, ପାର୍ଥ ବାଗ, ସାନନ୍ଦ ମହାଳିଙ୍ଗ, ବିବେକ ପ୍ରଧାନ, ନିମାଇଁ ଚରଣ ପାଣିଗ୍ରାହୀ, ଐଶର୍ଯ୍ୟା ପୋଢ଼, ସୁଷମା ପୋଢ଼, ରୋଜିସ୍ମିତା ହୋତା, ମାନସୀ ସାହୁ, କୁମୁଦିନୀ ପୃଷ୍ଟି ତଥା ଅନ୍ୟ ଶିଶୁ କଳାକାର ଦୁଇ ଜଣ ଅଛନ୍ତି ।

jayashree
Leave A Reply

Your email address will not be published.