ତାଙ୍କ ଜମି ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ବୃଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଙ୍କ ଜମି ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ବୃଦ୍ଧା । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ବିନୋଦିନୀ ସାମଲ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତାଙ୍କ ଡୁମେରମୁଣ୍ଡା ଗ୍ରାମର ତାଙ୍କର ସ୍ୱାମୀ ଖେଡୁ ସାମଲଙ୍କ ନାମରେ ୭ ଏକର ୪୮ ଡିସିମିଲ ଜାଗା ରହିଥିଲା । ହେଲେ ସଇଁତଲା ତହସିଲଦାର ତାଙ୍କ ପଟ୍ଟାକୁ ହେରଫେର କରି ୩ ଏକର ୭୫ ଡିସିମିଲ ଜମି ଏପଟ ସେପଟ କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ତହସିଲଦାରଙ୍କୁ ଅଭିଯୋଗ କଲେ ମଧ୍ୟ ସେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ତେଣୁ ଯଥାଶୀଘ୍ର ଏହାର ତଦନ୍ତ କରି ତାଙ୍କର ଜମି ତାଙ୍କ ଖତିୟାନ ନମ୍ବରକୁ ଫେରାଇବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ ।

Leave A Reply

Your email address will not be published.