ଫାଷ୍ଟଫୁଡ଼୍‌ ସେଣ୍ଟରରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ହଲ୍‌ ପାଖ ଏକ ଫାଷ୍ଟଫୁଡ଼ ସେଣ୍ଟରରେ ନିଆଁ ଲାଗିଥିବା ବେଳେ ଆୟତ୍ତ କରିଛି ଅଗ୍ନିସେବା ବିଭାଗ । ସୂଚନା ଅନୁସାରେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତଥା ଟାଉନ୍‌ ହଲ୍‌ ପାଖରେ ଥିବା ଏକ ଫାଷ୍ଟ ଫୁଡ଼ ସେଣ୍ଟରରେ ଗତକାଲି ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଏହି ଦୋକାନଟି ସବିନା ବେଗମ୍‌ଙ୍କ ହୋଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କୌଣସି ଦୁର୍ବୃତ୍ତ ଶତୃତା ମନୋଭାବ ପୋଷଣ କରି ଏଭଳି କାଣ୍ଡ ଘଟାଇଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.