ଖାକି ଡ୍ରେସ୍‌ ଥି ଫେର୍‌ ଲାଗିଛେ ଗୁଲାପୀ ଛିଚା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖାକି ଡ୍ରେସ୍‌ ଥି ଫେର୍‌ ଲାଗିଛେ ଗୁଲାପୀ ଛିଚା । ବଲାଙ୍ଗିର ହାତୀଶାଲ୍‌ପଡ଼ାର୍‌ ଝନେ ମହିଳାଙ୍କର୍‌ ଘରୁ ରିଜର୍ଭ ପୁଲସିରେ କାମ୍‌ କରୁଥିବାର୍‌ ପୁଲିସ କର୍ମଚାରୀକେ ପିସିଆର୍‌ ଭେନ୍‌ ଉଦ୍ଧାର କରିଛେ । ଗଲା ରାତି ପାଖାପାଖି ୧୧ ବଜେ ଇ ଘଟ୍‌ନା ନଜର୍‌ କେ ଆସିଥିଲା । ସହର୍‌ ସାରା ଏଛିନ୍‌ ସର୍‌ଗରମ୍‌ ଚର୍ଚ୍ଚା । ସୂଚନା ଅନୁସାରେ ଅଭିଯୁକ୍ତ ପୁଲିସ କର୍ମଚାରୀ ହାତୀଶାଲ୍‌ପଡ଼ାର୍‌ ଝନେ ମହିଳାଙ୍କର୍‌ ଘର୍‌କେ ଯାଇଥିଲେ । ତାଙ୍କର ଧର୍ମପତ୍ନୀ ଇ କଥା ଜାନ୍‌ଲା ଉତ୍‌ରୁ ପଡ଼ାବାସୀଙ୍କର ସହାୟତା ଥି ପିସିଆର୍‌ ଭେନ୍‌ ଡ଼କେଇ ସେ ମହିଳାଙ୍କର୍‌ ଘର୍‌ ଉପ୍‌ରେ ଚଢ଼ଉ କଲା ବେଲ୍‌କେ ଧରା ପଡ଼ିଥିଲେ ସ୍ୱାମୀ ପୁଲିସ୍‌ ବାବୁ । ବଲାଙ୍ଗିର୍‌ ଟାଉନ୍‌ ପୁଲିସ ତାହାଙ୍କୁ ଟାଉନ୍‌ ଥାନା କେ ଆନି ପଚ୍‌ରା ଉଚ୍‌ରା କରିଥିଲା । ପୁଲିସ୍‌ ବାବୁଙ୍କର ଧର୍ମପତ୍ନୀ ଅଭିଯୁକ୍ତ ପୁଲିସ୍‌ ବାବୁଙ୍କୁ ଇ ଘର୍‌କେ ନେଇ ଆଏବାର୍‌ ଲାଗି ଖୋବ୍‌ ମନା କରିଥିଲେ ବି ପୁଲିସ୍‌ ବାବୁ ନେଇଁ ମାନୁଥାଇ । ପୁଲିସ୍‌ ବାବୁ ବାର୍‌ବାର୍‌ ଇ ମହିଳାଙ୍କର ଘର୍‌କେ ଆସୁଥିବାର୍‌ ପଡ଼ାବାସୀ ବି ଅନୁମାନ କରିଛନ୍‌ । ଇ’ଘଡ଼ି ଖାକି ଡ୍ରେସ୍‌ ଥି ଫେର୍‌ ଲାଗିଛେ ଗୁଲାପୀ ଛିଚା । ସହର୍‌ ସାରା ଘୋଟ୍‌ ଘୁମର୍‌ ଚର୍ଚ୍ଚା ।

Leave A Reply

Your email address will not be published.