କୃଷକ ସଂଘର ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୟ କିଷାନ କୃଷକ ସଂଘର ସାମ୍ବାଦିକ ସମ୍ମିଳନୀ ପଦ୍ମପୁର ଉପଖଣ୍ତ ଭେଙ୍ଗରାଜପୁର(ପିପଲପାଲି) ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜୟ କିଷାନ କୃଷକ ସଂଘର ସଭାପତି ପୁରନ୍ଦର ଭୋଇ, ସଂପାଦକ ଉମାକାନ୍ତ ଶତପଥୀ ଓ ସକ୍ରିୟ ସଦସ୍ୟ ପୀତବାସ ସାହୁ ଉପସ୍ଥିତ ଥିଲେ । କୃଷକ ସଂଘ ଗତ ଅ‌କ୍ଟୋବର ୨୪ ଓ ନଭେ‌ମ୍ବର ୧ରେ ଭେଙ୍ଗରାଜପୁର ମଣ୍ତିକୁ ଟୋକନ ଯୋଗାଇବା ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ବର୍ଷ ଉତ୍କଳ ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ ମଣ୍ତିକୁ ସୁପରିଚାଳନା କରିଥିଲେ । ଏ ବର୍ଷ ମଧ୍ୟ ସରକାରୀ ନିର୍ଦ୍ଦେଶ ମିଳିବା ସହ ସମସ୍ତ ପ୍ରକାର ପ୍ରସ୍ତୁତି ସମ୍ପାଦନ କରିଅଛି, ଯାହାକି ଗତ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେକୁ ଦେଖିଲେ ସ୍ପଷ୍ଟ ହେବେ । ଗତ ତା ୨୮/୧୦ରେ ଜିଲ୍ଲାପାଳ ଜୟ କିଷାନ କୃଷକ ସଂଘର ଆପତ୍ତି ଅଭିଯୋଗ କ୍ରମେ ଉତ୍କଳ ସ୍ବୟଂ ସହାୟକ ଗୋଷ୍ଠୀ ବଦଳରେ ପଲସଦା ସେବା ସମବାୟ ସମିତି ଲିଃ.କୁ ଧାନ କିଣିବାର ନିର୍ଦ୍ଦେଶ ଦେଇଛନ୍‌ନ୍ତି । ହେଲେ କୃଷକ ସଂଘ ଜିଲ୍ଲାପାଳଙ୍କ ଚିଠିକୁ ଭିତ୍ତିହୀନ ଓ ମିଥ୍ୟା ଚିଠି ବୋଲି ଆଜି ପ୍ରମାଣ କରିଛି । ଯଦି ଜିଲ୍ଲାପାଳଙ୍କ ଚିଠି ସତ ତା ହେଲେ ପ୍ରମାଣ ସହ ଅଭିଯୋଗ ପତ୍ରକୁ ଗଣମାଧ୍ୟମ ଓ ସଂଘକୁ ହସ୍ତାନ୍ତର କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ମତ ଓ ଦାବୀ ରଖିଛି ।

Leave A Reply

Your email address will not be published.