jayashree

ଝାରବନ୍ଧ ବ୍ଲକ ସ୍ତରୀୟ ଲୋକକଳା ଦିବସ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ବ୍ଲକସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣଙ୍କ ସମେତ ଏମ୍‌.ପି ପ୍ରତିନିଧି ହରିହର ସାହୁ, ଏବିଡ଼ିଓ ଭୀଷ୍ମଦେବ ମାଝୀ ସରପଞ୍ଚ ଲକ୍ଷେ ସିଂ ଥପା, ଗୋବିନ୍ଦ ପଟେଲ ବ୍ଲକ କଳାକାର ସଙ୍ଘ ଉପସଭାପତି ହର୍ଷବର୍ଦ୍ଧନ ଲୁହାର, ସଂପାଦକ ଘନଶ୍ୟାମ ନାଗ ଅତିଥି ଭାବେ ଯୋଗଦାନ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ବିପିଏମ୍‌ ସତ୍ୟ କୁମ୍ଭାରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଡ଼ିଓ ଶ୍ରୀ ମିଶ୍ର ଲୋକକଳାକୁ ବଞ୍ଚାଇବା ପାଇଁ ଏହା ସଂସ୍କୃତି ବିଭାଗର ପ୍ରୟାସ ଓ ଏଥିରେ ଉଭୟ କଳାକାର ତଥା କଳା ପ୍ରେମୀଙ୍କ ଭୂମିକା ବେଶ ଉପଯୋଗୀ ବୋଲି କହିଥିଲେ । ଗୁରୁ ଶେଷଦେବ ସାହୁ ଧଉରାଭୋଟାର ପାଲା ଦଳ, କୃପାସିନ୍ଧୁ ଦୀପ ଗଠୁଗୁଡାର ସଂଚାର ଦଳ, ରୋହିତ ତାଣ୍ଡି ଯାମପାଲିର ସଂଚାର ଦଳ, ମଣି ଛତୋର ବିଳାସପୁରର ସଂଚାର ଦଳ, ବେହେଲା ବାଦ୍ୟରେ ବାସୁଦେବ ସାହୁ ଲେରଗାଁ, ଖନଝୋଣିରେ ସଦାକର ମୁନା ଓ ସାଥୀ କର୍ମା ଦଳ ଭାବରେ ଇସକିନ୍ଦାର ଅରଟ ରାମ ବରିହା ଓ ସାଥୀ ଏବଂ ମିନିକେତନ ଭୋଇଙ୍କ ଝିଅ ସଂକୀର୍ତନ ଦଳ ଆଦି ନିଜ ନିଜ କଳା ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଥିଲେ । ସମସ୍ତ ଅଂଶ ଗ୍ରହଣକାରୀ କଳାକାରମାନଙ୍କୁ ପ୍ରଶଂସା ପତ୍ର ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବି.ଏଲ୍‌.ଏଫ୍‌ର ସଭ୍ୟା ଏମ୍‌.ବି.କେ, ସି.ଆର୍‌.ପି, ବ୍ଲକ କର୍ମଚାରୀ ସହଯୋଗ କରିଥିବା ବେଳେ ଏବିଡ଼ିଓ ଶ୍ରୀ ମାଝୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.