csstore

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଅନୁଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏକ ଭବ୍ୟ ସାମାରୋହରେ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଛତ୍ରପୁର ଏନ୍‌ଏସିରେ ଟପର ହୋଇଥିବା ଏହି ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଅନୁଶ୍ରୀ ସାହୁଙ୍କୁ ସଭିଁଙ୍କ ଗହଣରେ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟରେ ଟପର ହୋଇଥିବା ସାଂଗକୁ ଛତ୍ରପୁର ଏନ୍‌ଏସିରେ ଟପର ହୋଇଥିବା ସହ ଏ-୧ରେ କୃତିତ୍ୱ ହାସଲ କରିଥିବା ପ୍ରମୁଖ ବିଦ୍ୟାର୍ଥୀଙ୍କୁ ପୁଷ୍ପଗୁଚ୍ଛ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ସାଂଗକୁ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂପାଦକ ତଥା ଓଡିଶା ହାଇକୋର୍ଟର ଓକିଲ ପଦ୍ମଚରଣ ସାହୁ, ଉପସଭାପତି ଶ୍ରୀମତୀ ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ, ସଦସ୍ୟା ସୁନୀତା ସେଠୀ ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜନ ମଣ୍ଡଳୀ ସେବକ, ସେବିକା ପ୍ରମୁଖଙ୍କ ଉପସ୍ଥିତରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ଶୁଭାଶିଷ ପ୍ରଦାନ କରାଯାଇଥିଲା । ଛତ୍ରପୁର ଏନ୍‌ଏସିରେ ଟପର ହୋଇଥିବା ସୁଶ୍ରୀ ଅନୁଶ୍ରୀ ସାହୁଙ୍କୁ ଏହି ଭବ୍ୟମହଲରେ ଶୁଭାଶୀର୍ବାଦ ଦେଇ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରି ତାଙ୍କର ଦୀର୍ଘଜୀବନ କାମନା କରିଥିଲେ ଏବଂ ଗୁରୁଜନମାନେ ତାଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ । ଭବିଷ୍ୟତରେ ଅନୁଶ୍ରୀ ସାହୁ ଜଣେ ଆଇଏଏସ୍‌ ଅଫିସର ହେବା ଲକ୍ଷ୍ୟ ରଖିଛନ୍ତି । ତାଙ୍କ ଆଶା ପୂରଣ ନିମନ୍ତେ ମଧ୍ୟ ତାଙ୍କରି ଉଦ୍ଦେଶ୍ୟରେ ଗୁରୁଜନବୃନ୍ଦ ଜଗନ୍ନାଥଙ୍କଠାରେ ମଙ୍ଗଳ କାମନା କରିଛନ୍ତି ।

jayashree
Leave A Reply

Your email address will not be published.