ଲାଠୋର ଡିଗ୍ରୀ କଲେଜରେ ଖାଲି ଥିବା ସିଟ୍ ପୂରଣ ପାଇଁ ଦାବୀ କଲେ ଛାତ୍ରଛାତ୍ରୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଖାଲି ରହିଥିବା ସିଟ୍ ପୂରଣ ପାଇଁ ଛାତ୍ରଛାତ୍ରୀ ମାନେ ଦାବୀ କରିଛନ୍ତି । ଚଳିତ ବର୍ଷ +୩ ପ୍ରଥମ ବର୍ଷ କଳା ଏବଂ ବାଣିଜ୍ୟ ବିଭାଗରେ ନାମଲେଖା ସରିବା ପରେ ସ୍ପଟ୍ ଆଡ଼ମିଶନ ପାଇଁ ଉଚ୍ଚ ଶିକ୍ଷା ବିଭାଗରୁ ବାହାରିଛି ବିଜ୍ଞପ୍ତି । ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀ ଅନଲାଇନ୍ ଆବେଦନ କରି ନଭେମ୍ବର ୧୦ରୁ ୧୩ ତାରିଖ ମଧ୍ୟରେ ମହାବିଦ୍ୟାଳୟରେ ହାର୍ଡ କପି ଜମା ଦେଇ ଆଡ଼ମିଶନ କରି ସାରିଛନ୍ତି । କୈାଣସି କାରଣରୁ ଅନଲାଇନ୍ କରିଥିବା ପିଲା ହାର୍ଡ କପି ଜମା କରି ପାରି ନଥିବାରୁ ସେମାନଙ୍କ ଆଡ଼ମିଶନ ହୋଇ ପାରିନାହିଁ । ଏ‌ହି ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ କଳାରେ ୧୭ ଏବଂ ବାଣିଜ୍ୟରେ ୩୩ ସିଟ୍ ଖାଲି ରହିଛି । ଅଧ୍ୟକ୍ଷ ପ୍ରସନ୍ନ ଦାସଙ୍କୁ ପଚାରିବାରୁ ନଭେମ୍ବର ୧୩ ସୁଦ୍ଧା ଯେଉଁମାନେ ହାର୍ଡ କପି ଜମା କରିନାହାନ୍‌ନ୍ତି ତାଙ୍କର ଆଡ଼ମିଶନ ହୋଇ ପାରିବନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.