oom

ଘାଟି ରାସ୍ତାରେ ଓଲଟିଲା ବରଯାତ୍ରୀ ବସ୍ : ୨ ଗୁରୁତର, ୨ ଆହତ

jsmm

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପକଂଡିହି ଗ୍ରାମର ଘାଟି ରାସ୍ତାରେ ବରଯାତ୍ରୀ ବସ୍ ଓଲଟି ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଓଡି୧୪ୟୁ ୩୮୭୧ ସ୍ୱସ୍ତିକ ନାମକ ବସ ଜଲ୍ଲଡା ଗ୍ରାମରୁ ବରଯାତ୍ରୀମାନଙ୍କୁ ନେଇ ପକଂଡିହି ଗ୍ରାମକୁ ଯାଉଥିବା ବେଳେ ପକଂଡିହି ରାସ୍ତାର ଘାଟି ନିକଟରେ ବସଟି ଭାରସାମ୍ୟ ହରାଇ ଘାଟି ରାସ୍ତା ତଳକୁ ଓଲଟି ପଡିଥିବାରୁ ଗାଡିରେ ବସିଥିବା ବରଯାତ୍ରୀମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ଖବରପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ଆହତମାନଙ୍କୁ ସଂଗେ ସଂଗେ ଉଦ୍ଧାର କରି ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ତେବେ ବସ ଡ୍ରାଇଭର ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.