ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୂର୍ବତନ ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନଙ୍କ ସାନଭାଇ ଏସ୍.ବି.ଆଇ.ଷ୍ଟାଫ ହିମାଂଶୁ ଶେଖର ପ୍ରଧାନ (୩୯)ଙ୍କ ଅକାଳ ବିୟୋଗ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ପ୍ରତ୍ୟୁଷରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି । ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପରିବାର ବର୍ଗ ଉପସ୍ଥିତ ଥିଲେ । ଶେଷ ଦର୍ଶନ ପାଇଁ ତାଙ୍କ ଛତ୍ରପୁର ସ୍ଥିତ ବାସଭବନକୁ ବିଭିନ୍ନ ବର୍ଗର ନେତୃବର୍ଗ ଯୋଗଦେଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ଏବଂ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।