csstore

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଲେର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସରପଞ୍ଚ ପ୍ରଦୀପ କୁମାର ନନ୍ଦଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାଲେର କ୍ଲଷ୍ଟରର ୧୧ଟି ବିଦ୍ୟାଳୟରୁ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୀଲ କୁମାର ରଣା ଓ ସୁମନ ସାହୁ ସମସ୍ତଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇଥିଲେ । ସହଯୋଗ କରିଥିଲେ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଭିପ୍‌ସା ପଟ୍ଟନାୟକ, ବିଭୁତି ବାଗ, ମାନସିଂ କାଲୋ, ବଦ୍ରୀ ନାରାୟଣ ମିଶ୍ର, ଭୂବନ ଶଙ୍କର ବେହେରା, ରୋସନୀ ବେହେରା, ନୀଳମଣି ନାୟକ, ପାର୍ବତୀ ସେଠ୍‌, ସଂଯୁକ୍ତା ପୋଢ, ନିବେଦିତା ଦାସ, ଯୋଗେନ୍ଦ୍ର ରାଉତ, ସୁରଭି ନାଏକ । ଶେଷରେ ସିଆର୍‌ସିସି ପଂଚାନନ ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.