ବମ୍‌ ନେଇଁସେ, ବର୍‌ହା ଗୁଲା : ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା

ପାଟଣାଗଡ଼ : ବମ୍‌ ନେଇଁସେ, ବର୍‌ହା ଗୁଲା । ବର୍‌ହା ଶିକାର୍‌ କର୍‌ବାର୍‌ ଲାଗି କିଏ ଝନେ ଜୋର୍‌ ଖଁଡ଼ି ରଖିଦେଇଥିଲା ବଲି ସୂଚନା ଦେଇଛନ୍‌ ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା । ଏନ୍‌ତା କି ଘଟଣା ସ୍ଥଲ୍‌ ନୁଁ ନେଇଁ ଫୁଟ୍‌ଲା ବର୍‌ହା ଗୁଲା ବି ତଦନ୍ତ ବେଲ୍‌କେ ପୁଲିସ ସେନୁ ପାଇଥିବାର କହିଛନ୍‌ ଏସ୍‌ଡ଼ିପିଓ । ଗଲାକାଲି ଉପର୍‌ବେଲା ପାଟଣାଗଡ଼ ଥାନା ଅଧୀନ୍‌ ନେ ଥିବାର ବିଲେଇସାଥୀ ଗାଁ ଥି ଘଟିଥିବାର୍‌ ଘଟ୍‌ନା ଥି ବମ୍‌ ଫୁଟିଥିବାର ରାବା ହଉଥିଲା ଚାର୍‌ହିଆଡେ଼ । ଅଂଚଲ୍‌ ଥି ହୁବ୍‌ଡ଼ୁବି ପଡ଼ି ଯାଇଥିଲା । ଲୋକ୍‌ ଭୟଭୀତ୍‌ ବି ହେଇଯାଇଥିଲେ । ଇ ଘଟ୍‌ନା ଥି ବିଲେଇସାଥୀ ଗାଁର୍‌ ହେମସାଗର ସାହୁ ନାମକ୍‌ ଝନେ ଯୁବ୍‌କ ଗୁରୁତର୍‌ ଆହତ୍‌ ହେଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ୍‌ ହସ୍‌ପିଟାଲ୍‌ ଥି ଚିକିତ୍ସିତ ହଉଛନ୍‌ । ଖବର୍‌ ପାଉନ୍‌ ସାଏର୍‌ ପାଟଣାଗଡ଼ ପୋଲିସ ସାଙ୍ଗେ ସାଇଟିଫିକ୍‌ ଟିମ୍‌ ଘଟ୍‌ନା ସ୍ଥଲ୍‌ କେ ଯାଇ ଛାନ୍‌ଭିନ୍‌ କରିଥିଲେ । ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ବି ପୁହୁଁଚିଥିଲେ ଘଟ୍‌ନା ସ୍ଥଲ୍‌ କେ । ପୁଲିସ୍‌ ପ୍ରାଥମିକ୍‌ ତଦନ୍ତ ନୁଁ ଜାନ୍‌ବାର୍‌ କେ ପାଇଛେ ଯେ, ସେନେ କେହେନ୍‌ସି ବମ୍‌ ନେଇଁ ଫୁଟି, ବର୍‌ହା ଗୁଲା ଫୁଟିଥିଲା । ଜୋର୍‌ ଖଏଁଡ଼୍‌ କେ ବର୍‌ହା ପାଏନ୍‌ ପି’ ଆସ୍‌ବାର୍‌ ସୁଯୋଗ୍‌ କେ ଲକ୍‌ଠକେଇ କେହେନ୍‌ସି ଦୁର୍ବୃତ୍ତ ବର୍‌ହା ଗୁଲା ରଖି ଦେଇଥିବା ବଲି ପୁଲିସ ଅନୁମାନ୍‌ କରୁଛେ । ଏସ୍‌ଡ଼ିପିଓ ଶ୍ରୀ ଭୁକ୍ତା କହିଛନ୍‌, ଇ’ ଘଟ୍‌ନା ଥି ଅନ୍ୟ କିଛି ଅନ୍ତର୍ଘାତି ଶକ୍ତିର୍‌ ହାତ୍‌ ନେଇଁନ । ଲୋକ୍‌ ଭୟଭୀତ୍‌ ନେଇଁ ହେବାର୍‌ ଲାଗି ସେ ପରାମର୍ଶ ଦେଇଛନ୍‌ ।

Leave A Reply

Your email address will not be published.