ନଅଗାଁ କ୍ରିକେଟ ପ୍ରିମିୟର ଲିଗ୍‌ ଉଦଯାପିତ

ଆଗଲପୁର, (କେପିଏନ୍‌ଏସ୍‌) : ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଆଗଲପୁର ବ୍ଲକ ନଅଗାଁ (ଖ) ପ୍ରିମିୟର ଲିଗ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରିମିୟର କ୍ରିକେଟ ଲିଗ୍‌ରେ ବିଭିନ୍ନ ଗ୍ରାମଞ୍ଚଳରୁ ୫ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ଖେଳ “ମାସ ମହାରାଜା” ଓ “ଏମର୍‌ଜିନ ଷ୍ଟ୍ରାଇକର” ମଧ୍ୟରେ ହୋଇଥିଲା । ଆଠ ଓଭର ବିଶିଷ୍ଟ ଏହି ଖେଳରେ ପ୍ରଥମେ ଏମ୍‌ରଜିନ ଷ୍ଟ୍ରାଇକର ବେଟିଂ କରି ୭୬ ରନ କରିଥିଲେ । ପ୍ରତି ଜବାବରେ ମାସ ମହାରାଜା ନିର୍ଦ୍ଧାରିତ ୮ ଓଭରରେ ମାତ୍ର ୫୪ ରନ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ୨୧ ରନ ବ୍ୟବଧାନରେ ଏମରଜିନ ଷ୍ଟାଇକର ବିଜେତା ହୋଇଥିଲା । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଉପସ୍ଥିତ ରହି ଉଭୟ ବିଜେତା ଉପବିଜେତା ଦଳକୁ ଟ୍ରଫି ସମେତ ଅର୍ଥରାଶି ପ୍ରଦାନ କରିଥିଲେ । ଫାଇନାଲ ଖେଳକୁ ପ୍ରବୀର ରଞ୍ଜନ ବିଶି ଓ ନବକିଶୋର ସାହୁ ପରିଚାଳନା କରିଥିବା ବେଳେ ମିହିର ରଞ୍ଜନ ସ୍କୋରର ଦାୟିତ୍ୱ ତୁଲାଇଥିଲେ । କାହ୍ନୁଚରଣ ଧରୁଆ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.