ବରଗଡ଼, (ନିରୋଜ କୁମାର ପାଣୀ) : ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କପସିରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଚାଷ ବିଭିଧିକରଣ ପ୍ରକଳ୍ପ ମାଧ୍ୟମରେ ମହାଶକ୍ତି ଫାଉଣ୍ଡେସନ୍ ଓ ଜିଲ୍ଲା କୃଷି ବିଭାଗ ତରଫରୁ ଏକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅମ୍ବାଭୋନ ବ୍ଲକର ବ୍ଲକ କୃଷି ଅଧିକାରୀ ବନମାଳୀ ସାହୁ ପ୍ରଦୀପ ପ୍ରଜ୍ଵଳନ କରି ଉକ୍ତ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ତାଲିମ ଶିବିରରେ କପସିରା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ୫୦ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ । ବନମାଳୀ ସାହୁ ଏବଂ ଉଦ୍ୟନ କୃଷି ବିଭାଗ ତରଫରୁ ଓଭରସିୟର ପଦ୍ମଲୋଚନ ଭୋଇ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଚାଷ ପ୍ରଣାଳୀ, ରୋଗ ପୋକ ନୟନ୍ତ୍ରଣ ଏବଂ ତାର ସମାଧାନ ବିଷୟରେ ତାଲିମ ଦେଇଥିଲେ । ମହାଶକ୍ତି ଫାଉଣ୍ଡେସନର କୃଷି ପରାମର୍ଶଦାତା ମିହିର ରଞ୍ଜନ ସାଗର ମଧ୍ୟ ଚାଷ ବିଭିଧିକରଣ ମାଧ୍ୟମରେ ଚାଷୀ କିପରି ଲାଭବାନ୍ ହୋଇପାରିବେ ଏବଂ ଏଗ୍ରିନେଟ୍ ଓ ଆଇଟି ବିଷୟରେ ଶିକ୍ଷା ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରକଳ୍ପ ପରିଚାଳକ ପ୍ରିୟମ ଲୁହା ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post