ମିଳିତ ଅମଲା ମଞ୍ଚର ସମୂହ ଛୁଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଅମଲାମାନଙ୍କ ସାମୁହିକ ଛୁଟି ନେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ବିଭିନ୍ନ ବିଭାଗର କନିଷ୍ଠ ଅମଲା ମାନେ କାମ ଛାଡ଼ି ଧାରଣାରେ ବସିଛନ୍ତି । କନିଷ୍ଠ ସହାୟକମାନଙ୍କ ଦରମା ଲେବଲ ୯କୁ ଆଣି ଦରମା ସହିତ ଗ୍ରେଟ ପେ ୪୨୦୦ ରଖିବାକୁ ସେମାନେ ସମୂହ ଦାବୀ କରିଛନ୍ତି । ଏଥିପାଇଁ ପ୍ରମୁଖ ଶାସନ ସଚିବ ସମସ୍ତଙ୍କୁ ଅନୌପଚାରିକ ଭାବେ ଡାକି ଦୁଇ ଥର ରାଜ୍ୟ ନେତୃ ମଣ୍ଡଳୀଙ୍କ ସହ ଆଲୋଚନା କରିଥିବା ବେଳେ କୌଣସି ନିଷ୍କର୍ଷରେ ପହଞ୍ଚି ନଥିବା ଜଣାପଡିଛି । ତେଣୁ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଅମଲା ସମୂହ ଧାରଣାରୁ ଉଠିବେ ନାହିଁ ବୋଲି ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ତୁଷାର କାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଧାରଣାରେ ବସିବା କାର୍ଯ୍ୟ ଆଜକୁ ଆଠ ଦିନ ବିତି ଯାଇଛି ।

Leave A Reply

Your email address will not be published.