ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିକୁ ରାଜ୍ୟସ୍ତରୀୟ କାୟାକଳ୍ପ କମେଣ୍ଡେବଲ୍ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିକୁ ରାଜ୍ୟସ୍ତରୀୟ କାୟାକଳ୍ପ କମେଣ୍ଡେବଲ୍ ପୁରସ୍କାର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ଵାରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସଭା ଗୃହରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଛି । ଏହି ପୁରସ୍କାର ଟ୍ରଫି ଓ ପୁରସ୍କାର ରାଶିଟି ରାଜେନ୍ଦ୍ର ଯୁବକ ସଂଘର ପ୍ରୋଗ୍ରାମ କୋ-ଅର୍ଡିନେଟର ଜାଗ୍ରତ ପାଣଗ୍ରାହୀଙ୍କ ସମେତ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମାନୁଜ ପଣ୍ଡା ଗ୍ରହଣ କରିଥିଲେ । ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣଗ୍ରାହୀ ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଷ୍ଟାଫ୍, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଇତ୍ୟାଦି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାୟକଳ୍ପ ପୁରସ୍କାର ସ୍ୱାସ୍ଥ୍ୟ କେନ୍ଦ୍ରର ପରିଷ୍କାର ପରିଛନ୍ନତା, ଷ୍ଟାଫ୍‌ଙ୍କ ବିଭିନ୍ନ କ୍ଷେତ୍ରରେ ଦକ୍ଷତା, ଉତ୍କୃଷ୍ଟ ଧରଣର ସ୍ୱାସ୍ଥ୍ୟସେବା, ଔଷଧୀୟ ବଗିଚା, ରୋଗୀଙ୍କ ଜାଣିବା ନିମନ୍ତେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ବାର୍ତ୍ତା, ମେଡିକାଲ ଆବର୍ଜନା ର ସୁପରିଚାଳନା ଇତ୍ୟାଦିକୁ ଆଖି ଆଗରେ ରଖି ରାଜ୍ୟସ୍ତରରେ ଗଠିତ ଏକ ସ୍ଵତନ୍ତ୍ର ଟିମ୍ ଦ୍ଵାରା ନିର୍ଦ୍ଧାରିତ କରାଯାଇଥାଏ ।

Leave A Reply

Your email address will not be published.