ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ୍ ଅଧ୍ୟକ୍ଷାଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷା ଶୋଭାମଣି ଛୁରାଙ୍କ ସିନ୍ଧେକେଲା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ୨ ବର୍ଷ କାଳ ଅସୁସ୍ଥତା ହେତୁ ଜୀବନ ସହ ସଂଗ୍ରାମ କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କର ବୟସ ପାଖାପାଖି ୭୫ ବର୍ଷ ହୋଇଥିଲା । ତାଙ୍କର ସ୍ୱାମୀ ଏବଂ ଚାରି ପୁଅ ବୋହୂ ତଥା ଝିଅ ଜ୍ୱାଇଁ ସମସ୍ତେ ତାଙ୍କର ମୃତ୍ୟୁ ସମୟରେ ଉପସ୍ଥିତ ଥଲେ । ନିଜର ସଂପର୍କୀୟ ତଥା ଗ୍ରାମର ଶତାଧିକ ଲୋକେ ତାଙ୍କର ଶବ ଯାତ୍ରାରେ ସାମିଲ ହୋଇଥିଲେ । ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ଶୋଭାମଣୀ ଛୁରା ବଙ୍ଗୋମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ରହିଥିଲେ । ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ମହିଳାନେତ୍ରୀ ଭାବରେ ଅଂଚଳରେ ସୁପରିଚିତ ଥିଲେ । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ବନ୍ଧୁ ବାନ୍ଧବ ପହଞ୍ଚି ଶେଷ ଦର୍ଶନ କରିଥିଲେ ।

Leave A Reply

Your email address will not be published.