ତରେଇ ପାଟପୁର କଳାକାର ସଂଘ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଲୋକକଳା ଲୋକନୃତ୍ୟ ପରମ୍ପରା ମଧ୍ୟରେ ଦଣ୍ଡନାଚ ଓ ଥିଏଟର୍‌ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ପ୍ରତ୍ୟେକ ଲୋକନାଟ୍ୟ ସାଂସ୍କୃତିକ ପରମ୍ପରା ଯାନିଯାତ୍ରା, ପର୍ବପର୍ବାଣୀ, ଉତ୍ସବାନୁଷ୍ଠାନ ମାନଙ୍କରେ ଏହି ଗ୍ରାମୀଣ ପରମ୍ପରା ମଧ୍ୟରେ ଦଣ୍ଡନାଚ ଓ ଥିଏଟର ପରିବେଷଣ ହୋଇ ଖୁବ ଲୋକାଭିମୁଖୀ ହୋଇଥାଏ । କେଉଁ ମାନ୍ଧାତା ଅମଳରୁ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତ ଅଧୀନ ତରେଇ ପାଟପୁର ଗ୍ରାମର ଶ୍ରୀଶ୍ରୀ ମା’ ତାରେକେଶ୍ୱରୀ ଯୁବନାଟ୍ୟ ସଂସଦ ସବୁଠି ସବୁସ୍ଥାନରେ ମଞ୍ଚସ୍ଥ ହୋଇ ପୁରସ୍କୃତ ହୋଇଥାଏ । ନିକଟରେ ଛତ୍ରପୁର ନିକଟସ୍ଥ ସାନ-ଆର୍ଯ୍ୟପଲ୍ଲୀ ଗ୍ରାମରେ ମା’ ମୁତ୍ୟାଲୁ- ପୋଲ୍ଲାମ୍ମାଙ୍କ ଠାକୁରାଣୀ ଯାତ୍ରାର ଶେଷ ଦିନରେ ଆୟୋଜିତ ସାଂସ୍କୃତିକ ବିଭବ ନାଟ୍ୟ ସାମାରୋହରେ ବହୁ ସାଂସ୍କୃତିକ ଦଳ ପରିବେଷଣ ହୋଇଥିଲା । ତନ୍ମଧ୍ୟରୁ ତରେଇ ପାଟପୁର ଗ୍ରାମର ଶ୍ରୀଶ୍ରୀ ମା’ ତାରେକେଶ୍ୱରୀ ଯୁବନାଟ୍ୟ ସଂସଦ ପକ୍ଷରୁ ଚଳିତ ବର୍ଷ “କାନ୍ଦେ ଚଡେୟାଣୀ ହସେ ସାପୁଆ” ମଞ୍ଚସ୍ଥ ହୋଇ ପ୍ରଶଂସାର ସହ ପୁରସ୍କୃତ ହୋଇଛନ୍ତି । ଏହି ମଞ୍ଚସ୍ଥ କାର୍ଯ୍ୟକ୍ରମରେ ଦଣ୍ଡଚଡେୟା ସହ ଥିଏଟର କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ତରେଇ ପାଟପୁର ଗ୍ରାମର ବହୁ ଯୁବଗୋଷ୍ଠୀ ଏଥିରେ ଅଂଶଗ୍ରହଣ କରିଥିଲେ । ନାଟ୍ୟ-ନିର୍ଦ୍ଦେଶକ ଆଦିକନ୍ଦ ସାହୁ, (କମାପଲ୍ଲୀ) ମହାଭାରତ ନିର୍ଦ୍ଦେଶକ ସଙ୍ଗୀତ ବିଶାରଦ ଶିବରାମ ରଣା, ଅଧିକାରୀ ଅଭିନାରାୟଣ ବେହେରା, ସତ୍ୟ ବେହେରା, ପରିଚାଳନା କମିଟି ସୁରେସନ ବେହେରା, ଉପେନ୍ଦ୍ର ବେହେରା, ପଞ୍ଚୁ ବେହେରା, କାଳୁ ବେହେରା, ଅଶୋକ ବେହେରା, ବିନୋଦ ବେହେରା, କାଳିଆ ବେହେରା, ରବିନ୍ଦ୍ର ବେହେରା, ଗଣେଶ ବେହେରା ପ୍ରମୁଖ ତରେଇ ପାଟପୁର ଗ୍ରାମବାସୀ ବୃନ୍ଦ ଏହି ନାଟ୍ୟମଞ୍ଚ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥାନ୍ତି ।

jittmm
Leave A Reply

Your email address will not be published.