csstore

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଖଇରା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଡ. ନାରାୟଣ ମିଶ୍ର ପ୍ରକୃତି ମିତ୍ର ୨୦୨୩ ସମ୍ମାନରେ ଭୁବନେଶ୍ୱର ଲୋକସେବା ଭବନ କନଭେନସନ ହଲ ଠାରେ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ ହେବାରୁ ଅଞ୍ଚଳରେ ଖୁସିର ଲହରୀ ଖେଲିଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ୍ତ କୁମାର ଅମାତ, ଅତିରିକ୍ତ ଶାସନ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଅଧ୍ୟକ୍ଷ ଜଙ୍ଗଲ ଅଧିକାରୀ ସିଦ୍ଧାର୍ଥ ଦାସ, ଦେବୀ ପ୍ରସାଦ ବିଶ୍ୱାଳ, ନିର୍ଦ୍ଦେଶକ ଡ଼ଃ.କେ ମୁର୍ଗେଶୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.