csstore

ପଦ୍ମପୁରରେ ବିଶ୍ୱ କଲ୍ୟାଣ ପାଇଁ ହନୁମାନ ଚାଳିଶା ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଭକ୍ତ ମଣ୍ଡଳୀ ପକ୍ଷରୁ ବାଲେଶ୍ଵର ବାହାନାଗାଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତଥା ଆହତ ହୋଇଥିବା ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରି ପଦ୍ମପୁର ସହର ଉପକଣ୍ଠସ୍ଥ କଚେରୀ ରୋଡ୍ ସ୍ଥିତ ହନୁମାନ ମନ୍ଦିରରେ ସାମୂହିକ ହନୁମାନ ଚାଳିଶା ପାଠ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଓ ଯଜ୍ଞାନୁଷ୍ଠାନ ହୋଇଯାଇଛି । ପଣ୍ଡିତ ଆଶୁତୋଷ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଜ୍ଞ ପଣ୍ଡିତ ଲୋକନାଥ ପଣ୍ଡା, ପଣ୍ଡିତ ହିମାଂଶୁ ଦାଶ, ଭବାନୀ ଶଙ୍କର ମହାପାତ୍ର ଓ ଅନ୍ୟାନ୍ୟ ପଣ୍ଡିତମାନଙ୍କ ସମେତ ମନ୍ଦିର ପୂଜକ ଦେବେନ୍ଦ୍ର ତ୍ରିପାଠୀ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ପ୍ରଦୀପ ପଟ୍ଟନାୟକ ହନୁମାନ ଚାଳିଶା ପୁସ୍ତକ ବିତରଣ କରିଥିଲେ । ଏହି ଅବସରରେ ଜୟଦେବ ବେହେରା, ପ୍ରମୋଦ ପତି, ଚିତ୍ତରଞ୍ଜନ ପଣ୍ଡା, ସୁନୀଲ ଅଗ୍ରୱାଲ, ଗଣପତି ବଗର୍ତ୍ତୀ, ରବି ପ୍ରଧାନ, ମୋହନ ସରାଫ, କାଳିଆ ସାହୁ, ହରି ସାନବର୍ଷା, ଭୂପେଶ ସାହୁ, ଟିକେଶ୍ୱର ବରିହା ସମେତ ସହରର ଅନେକ ଗନ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ସାମୁହିକ ହନୁମାନ ଚାଳିଶା ପାଠ କରିଥିଲେ । ପରିଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.