csstore

ସିଡବ୍ଲୁଡିଏସ୍‌ ତରଫରୁ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀଠାରେ ସେବା ଶିବିର

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌) ତରଫରୁ ସେବା ଶିବିର କାର୍ଯ୍ୟକ୍ରମ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷା ତଥା ଓଡ଼ିଶା ରାଜ୍ୟ ରେଡ଼କ୍ରସ ସୋସାଇଟିର ପୂର୍ବତନ ଅବୈତନିକ ସଚିବ ମେଜର ଡା. କଳ୍ପନା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ପରିସର ଭିତରେ ତଥା ସିଂହଦ୍ଵାର ନିକଟରେ ଭକ୍ତମାନଙ୍କ ପାଇଁ ଦହି ପାଣି, ଲେମ୍ବୁ ପାଣି, ଜଳଜିରା ପାଣି, ଓଆର୍‌ଏସ୍ ପାଣି, ସାଧା ପାଣି ବଣ୍ଟନ କରିବା ସହ ପ୍ରାଥମିକ ଚିକିତ୍ସା ଯୋଗାଇବା, ଉଷ୍ଣ ତାତିରୁ ରକ୍ଷା ପାଇବା ପାଇଁ ପାଣି ଛିଞ୍ଚନ, ବୃଦ୍ଧ ବୃଦ୍ଧା ତଥା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଦେବ ଦର୍ଶନ ପାଇଁ ସ୍ଥାନାନ୍ତରିତ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିଶୁ ଓ ମହିଳା ବିକାଶ ସୋସାଇଟିର ସ୍ଵେଚ୍ଛାସେବୀ ମେଜର ବିଜୟ କୁମାର ବିଶ୍ୱାଳ, ପ୍ରକାଶ କୁମାର ପରିଡା, ରାମ ନାରାୟଣ ଦାଶ, ପ୍ରତିମା ବିଶ୍ୱାଳ, ପ୍ରଶାନ୍ତ ବାରିକ, ମନ୍ଦାକିନୀ ସାହୁ, ପାର୍ବତୀ ରାଧା, ଅମରେନ୍ଦ୍ର ବେହେରା, ନିରଞ୍ଜନ ସାହୁ, ମିନା ମାଝୀ, ବନମାଳୀ ମେହେର ତଥା ଅନ୍ୟମାନେ ଉପସ୍ଥିତ ରହି କରି ସହଯୋଗ କରିଥିଲେ । ପୁରୀ ସିଡବ୍ଲୁଡିଏସ୍‌ ଦାୟିତ୍ଵରେ ଥିବା କମଳକାନ୍ତ ଦାସ ସବୁ ତଦାରଖ କରିଥିଲେ ।

jayashree
Leave A Reply

Your email address will not be published.