csstore

ମୋଦୀ ସରକାରଙ୍କ ନଅ ବର୍ଷ ପୂର୍ତ୍ତି ଉପଲେକ୍ଷ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ଜଗଦଳପୁର ମଣ୍ଡଳରେ ଆଜି ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ ସଭାପତିତ୍ୱରେ ଲୋହରସିଙ୍ଗଠାରେ ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ ଯୋଗଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ନଅ ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ବିସ୍ମୃତ ବିବରଣୀ ପ୍ରଦାନ କରିବା ସହିତ ମଇ ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ଜନସମ୍ପର୍କ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ବୈଠକରେ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମଦନ ମୋହନ ପଟେଲ, ଗିରିଧର ପଟେଲ, ମନବୋଧ ପଟେଲ, ମୋହନଲାଲ ସେଠ, ବ୍ରିଜଲାଲ ଚୋଖି, ସାଧୁ ପୋଢ଼, ବିରେନ ସେଠ, ରାଜେନ୍ଦ୍ର ପଟେଲ, ନୀଳମଣି ବରିହା, ଯଶୋବନ୍ତ ପ୍ରଧାନ, ଶକ୍ତିକେନ୍ଦ୍ର ପ୍ରମୁଖ ତଥା ମଣ୍ଡଳର ଅନେକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ସଭା ଶେଷରେ ତ୍ରିଲୋଚନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.