oom

ଜୀବନ ପ୍ରତି ବିପଦ ଆଶଙ୍କା ଏବଂ ସୁରକ୍ଷା ପ୍ରଦାନ ପାଇଁ ବ୍ରହ୍ମପୁର ୨୭ ନଂ ୱାର୍ଡ କର୍ପୋରେଟରଙ୍କ ଥାନାରେ ଏତଲା

jsmm
  • ବିଜେପି ଜିଲ୍ଲା ସଭାପତିଙ୍କ ସମେତ ଏକାଧିକ ବିଜେପି କର୍ମୀ ଓ ନେତାଙ୍କ ନାମରେ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ରବିବାର ରାତିରେ ୨୭ ନଂ ୱାର୍ଡ ବିଜେପି କର୍ପୋରେଟର ନୀଳକଣ୍ଠ ସାହୁଙ୍କୁ ଧକ୍କା ଓ ମାଡ଼ ମାରିବା ଘଟଣାରେ ବ୍ରହ୍ମପୁର ମହାନଗରର ଗୋଷାଣି ନୂଆଗାଁ ଥାନାରେ ଏତଲା ଦିଆଯାଇଛି । ଜିଲ୍ଲା ବିଜେପି ସଭାପତିଙ୍କ ସମେତ ଏକାଧିକ ବିଜେପି କର୍ମୀ ଓ ନେତାଙ୍କ ନାମରେ ଅଭିଯୋଗ ହୋଇଛି । ୨୭ ନଂ ୱାର୍ଡ କର୍ପୋରେଟର ନୀଳକଣ୍ଠ ସାହୁ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ରବିବାର ସନ୍ଧ୍ୟାରେ ମା’ କାଳୁଆ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଁ ଯୋଗଦେବାକୁ ଆସିଥିବା ବେଳେ ଜିଲ୍ଲା ସଭାପତିଙ୍କୁ ଗୋ – ବ୍ୟାକ୍‌ ନାରାବାଜିରେ କିଛି ଲୋକେ ପାଟି କରୁଥିଲେ । ତେଣୁ ମୁଁ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ମୋତେ ଜିଲ୍ଲା ବିଜେପି ସଭାପତି ବତଭୂତି ଜେନାଙ୍କ ନିର୍ଦ୍ଦେଶରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି, କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ରାଜେଶ ସାହୁ, ଚିନ୍ମୟ ନନ୍ଦ ଦାଶ ମାଡ଼ ମାରିଲେ । ବର୍ତ୍ତମାନ ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ସୁରକ୍ଷା ପ୍ରଦାନ କରନ୍ତୁ । ଯଦି ମୋର ଜୀବନରେ କିଛି ଅସୁବିଧା ହୁଏ ତେବେ ବିଜେପି ଜିଲ୍ଲା ସଭାପତି ଦାୟୀ ରହିବେ ବୋଲି କର୍ପୋରେଟର ନୀଳକଣ୍ଠ ସାହୁ ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।

jittmm
Leave A Reply

Your email address will not be published.