jayashree

ସିଆଇଟିୟୁର ଜିଲ୍ଲାସ୍ତରୀୟ ଆଲୋଚନା ସଭା

  • ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଦେଶବାସୀ ଐତିହାସିକ ଭୂମିକା ପାଳନ କରିବାକୁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ ରାଜ୍ୟ କମିଟି ଡାକରାରେ ମେ’ ପହିଲା ଆନ୍ତର୍ଜାତିକ ଶ୍ରମିକ ଦିବସ ଠାରୁ ମେ’ ୩୦ ସଂଗଠନର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ଏକ ମାସବ୍ୟାପୀ ଦେଶବାସୀଙ୍କ ଉପରେ ସାଂପ୍ରଦାୟିକ ଓ ବିଭାଜନକାରୀ ଶକ୍ତିର ଆକ୍ରମଣ ଓ ନବ୍ୟ ଉଦାରବାଦୀ ନୀତି ବିରୁଦ୍ଧରେ ସିଆଇଟିୟୁ ପକ୍ଷରୁ ତୃଣମୂଳ ସ୍ତରରୁ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ସ୍ଥାନୀୟ ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାରଠାରେ ‘ଭାରତ ବର୍ଷର ସମ୍ବିଧାନ, ସାଂପ୍ରତିକ ପରିସ୍ଥିତି ଓ ନାଗରିକଙ୍କ ସମ୍ମୁଖରେ ଆହ୍ୱାନ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସିଆଇଟିୟୁ ଜିଲ୍ଲା ସଭାପତି ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ ସିଆଇଟିୟୁ ରାଜ୍ୟ ସଭାପତି ତଥା ରାଜ୍ୟର ବିଶିଷ୍ଟ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି, ସମ୍ମାନିତ ଅତିଥି ଭାବେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଡ଼. ପ୍ରଭାତ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର କ୍ଷମତାରେ ଥିବା ନରେନ୍ଦ୍ର ମୋଦୀ ସରକାର ଦେଶର ସମ୍ବିଧାନକୁ ଯେପରି ଭାବେ ଆକ୍ରମଣ କରୁଛନ୍ତି, ବିରୋଧୀ ଦଳମାନଙ୍କୁ ଏବଂ ବିରୋଧୀ ଦଳ ନେତାମାନଙ୍କୁ ଦେଶର ନିରପେକ୍ଷ ସଂସ୍ଥା ଯଥା ସିବିଆଇ, ଇଡିକୁ ଅପବ୍ୟବହାର କରି ଦମନ କରାଯାଉଛି, ବିଭିନ୍ନ ରାଜ୍ୟରେ ନିର୍ବାଚିତ ସରକାରଙ୍କୁ କେନ୍ଦ୍ର ସରକାରୀ କ୍ଷମତାର ଅପବ୍ୟବହାର କରି ଅସ୍ଥିର କରାଯାଇଛି ତାହା ଗଣତାନ୍ତ୍ରିକ ବ୍ୟବସ୍ଥା, ଜନଗଣଙ୍କ ସାମ୍ବିଧାନିକ ଅଧିକାର ଉପରେ ଶକ୍ତ ଆକ୍ରମଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଦେଶବାସୀଙ୍କୁ ପୁଣି ଥରେ ପରାଧୀନତା ଆଡ଼କୁ ଠେଲି ନେଉଛି ମୋଦୀ ସରକାର । ସଂସଦରେ ନିଜର ସଂଖ୍ୟା ଗରିଷ୍ଠତାର ଅହଙ୍କାରରେ ଦେଶର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧୂଳିସାତ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଛନ୍ତି । ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିବା ପାଇଁ ମୋଦୀ ସରକାର ଯେଉଁ ଅପଚେଷ୍ଟା ଆରମ୍ଭ କରିଛନ୍ତି ଏହାକୁ ପ୍ରତିହତ କରିବା ପାଇଁ ଜନସାଧାରଣଙ୍କ ପାଖରେ ଏହା ବଡ଼ ଆହ୍ୱାନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ପ୍ରାରମ୍ଭରେ ସିଆଇଟିୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି ଆଲୋଚନା ସଭାର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିବା ସହିତ ସଂଗଠନ ଜନସାଧାରଣଙ୍କ ନିକଟକୁ ଯାଇ ମୋଦୀ ସରକାରଙ୍କ ଅସଲ ଚେହେରା ଜଣାଇବାକୁ ସେ ଆହ୍ୱାନ କରିଥିଲେ । ଏହି ଆଲୋଚନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ନେତା ଜାହାଙ୍ଗୀର ଅଲ୍ଲୀ, ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ହୃଦୟାନନ୍ଦ ଯାଦବ, ରାଜ କିଶୋର ପ୍ରଧାନ, ବି ପି ମହାପାତ୍ର, ଯଯାତି କେଶରୀ ସାହୁ, ଅକ୍ଷୟ ମହାନ୍ତ, ଅଜିତ ଏକ୍କା, ସୁରେନ୍ଦ୍ର ଦାଶ, ଅଜୟ ଶର୍ମା, ଅରୁ ଦାସ, ଚନ୍ଦ୍ରଭାନୁ ଦାସ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ସମ୍ୱିତ ସ୍ୱାଇଁ, ରଞ୍ଜନ ବେହେରା, ବିନୟ ବେଉରିଆ, ସୁରେନ୍ଦ୍ର ମହାନ୍ତି, ଏନ୍ ଏନ୍ ପାଣିଗ୍ରାହୀ, ଜେ କେ ସାହୁ, ଅରିନ୍ଦମ ଦତ୍ତ, ଦେବାନନ୍ଦ ରାଉତ, ସନ୍ତୋଷ ସାହୁ, ଅରୁଣ ମହାରଣା, ପ୍ରସନ୍ନ ମହାପାତ୍ର, ଅଜିତ ଦାସ, ଶ୍ରମିକ ନେତା ଶଶଧର ନାୟକ, ପଶୁପତିନାଥ ଚାଟାର୍ଜୀ, ସଦାନନ୍ଦ ସାହୁ, ସମାଜସେବୀ ସଂଜୀବ ମହାନ୍ତି, ନିରୁପମ ପୁରାଣ ସମେତ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଶେଷରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଂଯୋଜନାରେ ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ ରାଉରକେଲାର ସଭାପତି ପ୍ରଶାନ୍ତ କୁମାର ପତି, ମୀନକେତନ ପଶାୟତ, ବିଜୟିନୀ ଜେନା, କାଶୀନାଥ ପାତ୍ର, ତ୍ରିଲୋଚନ ସ୍ୱାଇଁ, ବଳରାମ ରାଉଳ, ଅକ୍ଷୟ ସାମଲ, ଅଶୋକ କୁମାର ରାଉତ, ଅଙ୍ଗୁରବାଳା ପରିଡା ପ୍ରମୁଖ ପ୍ରଗତିଶୀଳ କବି ଓ କବୟିତ୍ରୀମାନେ କବିତା ପାଠ କରିଥିଲେ ।

Leave A Reply

Your email address will not be published.