csstore

ସପ୍ତ ଦିବସୀୟ ଶିଶୁ ନାଟ୍ୟ କର୍ମଶାଳା ଉଦ୍‌ଯାପିତ ଓ ନାଟ୍ୟ ସଂକଳନ ‘ପାଏନ ତ ଜୀବନ’ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ‘ସଚେତନ ହେମା’ ଅନୁଷ୍ଠାନ ଆୟୋଜିତ ଓ ସଂଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀର ସହଯୋଗରେ ଚାଲିଥିବା ସାତ ଦିନିଆ ନାଟ୍ୟ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର, ସମ୍ମାନିତ ଅତିଥି ଭାବରେ ପ୍ରଫେସର ଜୟକେତନ ତ୍ରିପାଠୀ ଯୋଗ ଦେଇଥିଲେ । ଉପଦେଷ୍ଟା ଗୁରୁ କେଶରଞ୍ଜନ ପ୍ରଧାନ ଓ ଅଶୋକ ବହିଦାର, ରାଜେଶ ବହିଦାର, ସୁରେନ୍ଦ୍ର କୁମାର ସାହୁ, ରମେଶ ଗୁର୍ଲ୍ଲା, ଚିତ୍ରସେନ ବେହେରା ମଂଚାସୀନ ଥିଲେ । କର୍ମଶାଳାର ଗୁରୁ ରାଜକୁମାର ସାହୁ ଓ ଦୟା ସାଗର ଧରୁଆଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଲାଦୁ ମହାନନ୍ଦ, ସୁରେନ୍ଦ୍ର ସାହୁ ଓ ରମେଶ ଗୁର୍ଲ୍ଲାଙ୍କୁ ସଂଗୀତରେ ମାର୍ଗଦର୍ଶନ ପାଇଁ ପ୍ରମାଣ ପତ୍ର ପ୍ରଦାନ ସହ ଅଂଶଗ୍ରହଣକାରୀଙ୍କୁ ଉପହାର ବଣ୍ଟନ କରାଯାଇଥିଲା । ନାଟ୍ୟକାର ରାଜକୁମାର ସାହୁଙ୍କ ସଚେତନ ଧର୍ମୀ ନାଟକ ସଂକଳନ ‘ପାଏନ ତ ଜୀବନ’ ଉନ୍ମୋଚନ କରାଯାଇଥିଲା । ପ୍ରଫେସର ଡ଼. ଜୟକେତନ ତ୍ରିପାଠୀ ଖୁବ୍‌ ପ୍ରାଞ୍ଜଳ ଭାବରେ ନାଟ୍ୟ ସଂକଳନର ସମୀକ୍ଷା କରିଥିଲେ । ପରେ କର୍ମଶାଳରେ ଯୋଗ ଦେଇଥିବା ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଅଭିଭାବକ ସମେତ ବହୁ ଦର୍ଶକ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଘନଶ୍ୟାମ ଭୋଇ, ଧର୍ମେନ୍ଦ୍ର ସାହୁ, ଇନ୍ଦ୍ରମଣି ସାହୁ, ସଂଜୀବ ସାହୁ, ଜୟନ୍ତ ସାହୁ, କବିରାଜ ସ୍ୱାଇଁ, ସତ୍ୟବ୍ରତ ସାହୁ, ସୁବ୍ରତ ସାହୁ, ରବୀନ୍ଦ୍ର ସାହୁ, ଆରାଧ୍ୟ୍ୟ ସାହୁ, ଆଦର୍ଶ ସାହୁ, ରସିକ ବରିହା, ଧରେନ୍ଦ୍ର କଣ୍ଟା, ସଂଜୀବ ସାହୁ, ଗିରିଶ ସାହୁ, ସୁଧୀର ସାବତ, ଜୟନ୍ତ ସାହୁ, ଘନଶ୍ୟମ ସାହୁ, ଲାଲସାହେବ ସାହୁ, ରଞ୍ଜାଳ ବାଗ, ଘନଶ୍ୟମ ସାହୁ, କୁଳମଣି ପଶାୟତ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା ବର୍ଷ ଏହି କର୍ମଶାଳା ଆହୁରି ସୁନ୍ଦର ଭାବେ ଆୟୋଜନ ହେବ ବୋଲି କହିଛନ୍ତି ନାଟ୍ୟକାର ରାଜକୁମାର ସାହୁ ।

jayashree
Leave A Reply

Your email address will not be published.