ସାଲେପାଲି ହତ୍ୟା ଘଟଣା : ଘଟଣାସ୍ଥଳରେ ହତ୍ୟାକାରୀକୁ ଗିରଫ କରି ସିନ୍‌ ରିକ୍ରିଏସନ୍‌ କଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଇ ହେଲା ଭଗାରୀ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ସହରରେ । ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ସାଲେପାଲିର ମଠଖାଇ ମନ୍ଦିର ସମ୍ମୁଖରେ ଏକ ଘର ଭିତରୁ ଗତ ୧୭ ତାରିଖ ଦିନ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ବଲାଙ୍ଗିର ଟାଉନ ପୁଲିସ । ମୃତକ ଜଣକ ସାଲେପାଲିର ରିଙ୍କୁ ମେହେର(୨୭) ବୋଲି ଜଣାପଡିଥିଲା । ତେବେ କିଏ ଓ କାହିଁକି ରିଙ୍କୁଙ୍କୁ ହତ୍ୟା କଲା ତାହାକୁ ନେଇ ସହର ସାରା ଚର୍ଚ୍ଚା ହେଉଥିବା ବେଳେ ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗିର ଟାଉନ ପୁଲିସ । ପୁଲିସ ଏହି ଘଟଣାରେ ମୃତ ରିଙ୍କୁଙ୍କ ସାନ ଭାଇ ପିଙ୍କୁ ଓରଫ ଶଙ୍କର ଭବାନୀଙ୍କୁ ଗିରଫ କରିଛି । ଗିରଫ ପରେ ପୁଲିସ ହତ୍ୟାକାରୀ ପିଙ୍କୁଙ୍କୁ ନେଇ ଘଟଣାସ୍ଥଳରେ ପୁରା ଘଟଣାର ସିନ୍‌ ରିକ୍ରିଏସନ୍‌ କରିଛି । ଅନ୍ୟପଟେ ହତ୍ୟାକାରୀ ପିଙ୍କୁ ସ୍ୱୀକାର କରିଛି ଯେ, ମୁଁ ହିଁ ମୋ ଭାଇର ହତ୍ୟାକାରୀ । ମୋ ଭାଇ ମୋ ମା’ ବାପାଙ୍କୁ ଅତ୍ୟାଚାର କରିଥିବାରୁ ମୁଁ ତାକୁ ନୃଶଂସ ଭାବରେ ହତ୍ୟା କରିଛି ବୋଲି କହିଛନ୍ତି ।

Leave A Reply

Your email address will not be published.