jayashree

ଦୀର୍ଘ ଦିନ ପରେ ଘରକୁ ଆସିଥିବା ପୁଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜନା ଗଛରେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପ୍ରେମାନନ୍ଦ ପୁଲିସ୍ କନେଷ୍ଟବଳ (ଏ.ଏସ୍.ଏ.ପି) ଭାବରେ କାର୍ଯ୍ୟରତ ଥିଲେ । ତାଙ୍କର ୫-୬ ବର୍ଷ ପୂର୍ବେ ବିବାହ ହୋଇଥିବା ବେଳେ ତାଙ୍କର ୫ ବର୍ଷର ପୁଅ ଏବଂ ୨ ବର୍ଷର ଛୋଟ ଝିଅଟିଏ ଅଛି । ତେବେ ଦୀର୍ଘ ଦିନ ପରେ ଘରକୁ ଆସିଥିବା ପ୍ରେମାନନ୍ଦ ଗତକାଲି ରାତିରେ କାହିଁକି ଆତ୍ମହତ୍ୟା କଲେ, ତାହା ଅସ୍ପଷ୍ଟ ଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଚଲାଇଥିବା ଜଣାପଡିଛି ।

Leave A Reply

Your email address will not be published.