oom

ନବରଙ୍ଗପୁର ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷାରେ ୧୪,୩୯୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

jsmm

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲାରେ ମୋଟ ୨୨୮ଟି ବିଦ୍ୟାଳୟରରୁ ମୋଟ ୧୫,୩୧୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେଥୁରୁ ମୋଟ ୧୪,୩୯୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାଲ ପ୍ରାକ୍ଟିସରେ ୬ ଜଣ ରହିଥିଲେ । ଜିଲ୍ଲାସ୍ତରୀୟ ପାସ୍‌ ହାର ୯୩.୯୮ ପ୍ରତିଶତ ରହିଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ଗ୍ରେଡ ଏ-୧ରେ ୧୬ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏ-୨ ଗ୍ରେଡରେ ୭୨୨ ଜଣ, ବି-୧ ଗ୍ରେଡରେ ୩୮୭୯ ଜଣ, ବି-୨ ଗ୍ରେଡରେ ୫୪୭୨ ଜଣ, ସି ଗ୍ରେଡରେ ୩୦୧୩ ଜଣ, ଡି ଗ୍ରେଡରେ ୮୬୯ ଜଣ, ଇ ଗ୍ରେଡରେ ୪୨୫ ଜଣ ରହିଥିବା ବେଳେ ୨୮୧ ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଥିବା ଜଣାପଡିଛି । ମାଟ୍ରିକ୍ ପରୀକ୍ଷାରେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ଅର୍ପିତା ବଳବନ୍ତ ଜିଲ୍ଲା ଟପ୍ପର ହୋଇଛନ୍ତି । ସେ ସର୍ବାଧିକ ୫୭୨ ନମ୍ବର ଶତକଡ଼ା ୯୫.୩୩ ପ୍ରତିଶତ ମାର୍କ ରଖିଛନ୍ତି । ସେ ନବରଙ୍ଗପୁର ସହର ଜାମାଲ କଲୋନୀର ଶିକ୍ଷକ ମନୋଜ ବଳବନ୍ତ ଓ ଶିକ୍ଷୟିତ୍ରୀ ଗୀତା ବେହେରାଙ୍କ ଝିଅ ଅଟନ୍ତି । ଅର୍ପିତା ଏହି ସଫଳତା ପାଇବା ପାଇଁ ଦୈନିକ ୫ରୁ ୬ ଘଣ୍ଟା ପରିଶ୍ରମ କରୁଥିଲେ । ଏହାର ଶ୍ରେୟ ବାପା ମା’ ଓ ଗୁରୁଜୀ ଗୁରୁମା’ଙ୍କୁ ଦେଇଛନ୍ତି । ଆଗାମୀ ଦିନରେ ସେ ଡାକ୍ତରୀ ପଢି ରୋଗୀଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେହିପରି ଦ୍ଵିତୀୟ ସ୍ଥାନରେ ନବରଙ୍ଗପୁର ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଲିପ୍ସା ମହାନ୍ତି ୫୬୨ ମାର୍କ ତଥା ୯୩.୬୭ ପ୍ରତିଶତ ନମ୍ବର ରଖିଥିବା ବେଳେ ସେହିପରି ଜିଲ୍ଲାରେ ତୃତୀୟ ସ୍ଥାନରେ ନବରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅନିରୁଦ୍ଧ ପଣ୍ଡା ୫୬୧ ତଥା ୯୩.୫୦ ପ୍ରତିଶତ ନମ୍ବର ରଖିଥିବା ବେଳେ ସେହିପରି ସଂସ୍କାର ରଞ୍ଜନ ରଥ ୫୫୭ ମାର୍କ ତଥା ୯୨.୮୩ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

jittmm
Leave A Reply

Your email address will not be published.