oom

ଘରମାନଙ୍କ ଉପରେ ୧୧ କେଭି ତାର ଯିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ ବିଭାଗ ଲୋକଙ୍କୁ ସେବା ଯୋଗାଇବା ପାଇଁ ନୂତନ ପ୍ରଣାଳୀରେ ବିଦ୍ୟୁତ ତାର ଟାଣିବା, ତାର ପରିବର୍ତ୍ତନ କରିବା ଭଳି କାର୍ଯ୍ୟ କରୁଥିବା ବେଳେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି । ପରିତାପର ବିଷୟ ୱାର୍ଡ ନମ୍ବର ୧୪ ହାଟପଦାପଡ଼ା ମାଛ ବଜାରଠାରୁ ଗୋରୁ ବଜାର ଯାଏଁ ୧୫ ବର୍ଷ ପୂର୍ବରୁ ୧୧ କେଭି ତାର ଲୋକଙ୍କ ସୁବିଧା ନିମନ୍ତେ ଯାଇଥିଲା, ଧିରେ ଧିରେ ଜନସଂଖ୍ୟା ବୃଦ୍ଧି ସହ ନୂତନ ଘର ନିର୍ମାଣ ପରେ ଏବେ ଘରମାନଙ୍କ ଛାତ ଉପରୁ, ଘର କାନ୍ଥ ପାଖରେ ଏହି ତାର ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଆଜିକୁ ଦୀର୍ଘ ୧୫ ବର୍ଷ ହେଲାଣି ତାର ସେହି ସ୍ଥାନରେ ହିଁ ରହିଛି, ଯଦ୍ୱାରା ସ୍ଥାନୀୟ ଲୋକ ନିଜର ଉପର ଘର, ନୂତନ ଘର ନିର୍ମାଣ କରିବାରେ ଘୋର ଅସୁବିଧା ହେଉଛି ଯେମିତିକି ଛୋଟ ଛୁଆ ଛାତ ଉପରକୁ ଯିବା ବେଳେ, କପଡା ସୁଖାଇବା ବେଳେ ଜୀବନ ପ୍ରତି ବିପଦ ରହୁଛି, ଅନ୍ୟପକ୍ଷରେ ଝଡ ଝଞ୍ଜା ଯୋଗୁଁ ଯଦି ତାର ଛିଣ୍ଡି ଯାଏ ତା’ହେଲେ ଲୋକଙ୍କ ଜୀବନ ପ୍ରତି ବି ବିପଦ ରହୁଛି, ସେଥିପାଇଁ ଯଥା ଶୀଘ୍ର ଏହି ବିଦ୍ୟୁତ ତାରକୁ ଘୁଞ୍ଚାଇବାକୁ ଦାବୀ ହେଉଛି । ପୂର୍ବତନ କାଉନସିଲର କୃଷ୍ଣ ଚନ୍ଦ୍ର ସରାଫ ଏହି ସମସ୍ୟାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଯଦି ନ କଲେ ଏହାକୁ ନେଇ ଆଗାମୀ ଦିନରେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ାବାସୀ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଏହାର ସମାଧାନ ଅତି ଶୀଘ୍ର କରିବାକୁ ପଡ଼ାର ପଞ୍ଚାନନ ମିଶ୍ର, ଗୁଫରାନ ମିର୍ଜା, କୃଷ୍ଣ ଚନ୍ଦ୍ର ସରାଫ ଏବଂ ପଡାବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.