oom

ନବମ ଭୀମପାହାଡ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

jsmm
  • ମନମୋହିଲା ଝାରଖଣ୍ଡର ଛଉ ଓ ପଶ୍ଚିମବଙ୍ଗ ପୁର୍ଲିଆର ଝୁମେର ନୃତ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନ ସ୍ଥଳୀରେ ୪ ଦିନ ଧରି ଚାଲିଥିବା ନବମ ଭୀମପାହାଡ ମହୋତ୍ସବ ଗୁରୁବାର ଥିଲା ଦ୍ୱିତୀୟ ସନ୍ଧ୍ୟା । ଏହି ଦିନ କମିଟିର ଆବାହକ ଲକ୍ଷ୍ମଣ କୁମାର ମେହେରଙ୍କ ଆବାହକତ୍ୱ ତଥା ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସମ୍ମାନିତ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେଇ ପାରମ୍ପରିକ ଲୋକକଳା ଓ ସଂସ୍କୃତି ତଥା ଲୁକାୟୀତ କଳାକୁ ଲୋକଲୋଚନକୁ ଆଣିବାରେ ଏହି ମହୋତ୍ସବ ଏକ ସ୍ୱତନ୍ତ୍ର ଭୂମିକା ବହନ କରିଥିବା ବେଳେ ସମସ୍ତଙ୍କୁ ଏକତାର ବନ୍ଧନରେ ବାନ୍ଧିପାରିଛି ବୋଲି ଗୁରୁତ୍ୱାରୋପ କରିଥିଲେ । ଏହାସହ ଭୀମପାହାଡ ପର୍ଯ୍ୟଟନ ସ୍ଥଳୀରେ ସ୍ୱାଧୀନତା ସଂଗ୍ରାମୀ ଧରମ ସିଂମାଝୀ ମାନଧାତା ଓ ଚକରା ବିଶୋଇଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ପ୍ରମୋଦ କୁମାର ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନ୍ଧଗରାର ଖଡଙ୍ଗ ମହୋତ୍ସବ କମିଟି, ଟିଟିଲାଗଡ କୁମୁଡାପାହାଡ ସୁରକ୍ଷା ସମିତି ଓ ସଇଁନ୍ତଲା ମା’ ଚଣ୍ଡେଶ୍ୱରୀ ଲୋକକଳା କମିଟିକୁ ଭୀମପାହାଡ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟହ ରବୀନ୍ଦ୍ର କୁମାର ସାହୁ ଓ ସାଥୀଙ୍କ ଦ୍ୱାରା ରାବଣ ଦରବାର ଚାଲିଥିବା ବେଳେ ସାଂସ୍କୃତିକ ସଂଯୋଜକ ବାସୁଦେବ ସା’ଙ୍କ ପରିଚାଳନାରେ ପୁଇଁନ୍ତଲାର ଢୋଲମହୂରୀ କଳାପରିଷଦ ଦ୍ୱାରା ପାରମ୍ପରିକ ନୃତ୍ୟ, ବଲାଙ୍ଗିର ଦୁଲ୍‌ଦୁଲି କଳାପରିଷଦ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ନୂଆପଡାର ଝୁମେର ନୃତ୍ୟ, ଝାରଖଣ୍ଡ ସଢେଇକେଳାର ଛଉ ନୃତ୍ୟ ଓ ପଶ୍ଚିମବଙ୍ଗ ପୁରୁର୍ଲିଆର ଝୁମେର ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ମହୋତ୍ସବକୁ ପରିଚାଳନା କମିଟିର ସମସ୍ତ ସଦସ୍ୟ ବୃନ୍ଦ ସହଯୋଗ କରୁଛନ୍ତି ।

jittmm
Leave A Reply

Your email address will not be published.