ବେଲଖଣ୍ଡିରେ ୫ଟି ସଚିବ ଭି. କେ. ପାଣ୍ଡିଆନ

  • ମନ୍ଦିରର ଉନ୍ନତୀକରଣ ହେବ : ୫ଟି ସଚିବ ଭି. କେ. ପାଣ୍ଡିଆନ

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି. କେ. ପାଣ୍ଡିଆନ କଳାହାଣ୍ଡିକୁ ଦୁଇ ଦିନିଆ ଗସ୍ତରେ ଆସି ପୂର୍ବାହ୍ନ ୧୧ଟାରେ ଐତିହାସିକ ଶୈବପୀଠ ବେଲଖଣ୍ଡିରେ ପହଂଚିଥିଲେ । ଘୁମୁରା ଓ ଗଣ୍ଡା ବଜା ତାଳେ ତାଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, କେସିଙ୍ଗା ଓ କର୍ଲାମୁଣ୍ଡା ବିଡ଼ିଓ ସ୍ୱାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ଶ୍ରୀ ପାଣ୍ଡିଆନ ମନ୍ଦିର ପରିଦର୍ଶନ କରିବା ପରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ସେ ଉପସ୍ଥିତ ହଜାର ହଜାର ମା’ମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମା’ମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିବା ସହ ଭଲ କାମ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସେ ବେଲଖଣ୍ଡି ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଥିଲେ । ସେ ଦୁଇଟି ବ୍ଲକର ପ୍ରମୁଖ ସମସ୍ୟାର ଦାବୀପତ୍ର ସବୁ ଗ୍ରହଣ କରି ସଭା ମଧ୍ୟକୁ ଆସି ମା’ମାନଙ୍କ ସହ କିଛି ଆଲୋଚନା କରି ମ. ରାମପୁର ଅଭିମୁଖେ ଯାତ୍ରା କରିଥିଲେ । ସଚିବଙ୍କ ସହ ଜିଲ୍ଲାପାଳ ପି ଅନ୍ଵେଷା ରେଡି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରକାଶଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.