oom

ଟିଟିଲାଗଡ ଥାନା ସମ୍ମୁଖରେ ସିସିଟିଭି କ୍ୟାମେରା ଓ ହାଟପଦାପଡା କଲ୍ୟାଣ ମଣ୍ଡପର କରାଗଲା ଭିତ୍ତି ପ୍ରସ୍ତର ସ୍ଥାପନ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଟିର ସନ୍ତାନ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବର୍ତ୍ତମାନର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ବହୁ ଦିନର ଆଶା ତଥା ସ୍ୱପ୍ନ ପୂରଣ ହେବାକୁ ଯାଉଛି । ସେ ଦେଇଥିବା ପ୍ରତିଶୃତିର ପ୍ରଥମ ପାହାଚ ଯାହାକି ନିଜ ସହରରେ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପର ନିର୍ମାଣ ପାଇଁ ଆଜି ଭିତ୍ତି ପ୍ରସ୍ତର ଏବଂ ସହରର ସୁରକ୍ଷା ଦୃଷ୍ଟିରୁ ଥାନା ସମ୍ମୁଖରେ ସିସିଟିଭି ସ୍ଥାପନ କାର୍ଯ୍ୟକ୍ରମ ସ୍ଥାନୀୟ ବିଆରସି ବିଲ୍ଡିଂ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଉଭୟ କାର୍ଯ୍ୟ କରାଯାଉଛି । ସ୍ଥାନୀୟ ବିଆରସି ବିଲଡିଂ ପ୍ରାଙ୍ଗଣରେ ଏହି ଉଦ୍‌ଘାଟନ ତଥା ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ମାନ୍ୟବର ଜଳ ସମ୍ପଦ, ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ନୀତିନ କୁଶଳକର, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ହଂସରାଜ ଜୈନ, ପୌରପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ ମଞ୍ଚାସୀନ ଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.