ତାଲୁଫଟା ଖରା ଥି ତତ୍‌ଲା ତାୱା ପାଲ୍‌ଟିଛେ ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଲୁଫଟା ଖରା ଥି ତତ୍‌ଲା ତାୱା ପାଲ୍‌ଟିଛେ ବଲାଙ୍ଗିର ସହର । ଦିନର୍‌ ୧୦ ବଜେ ନୁଁ ଆଜି ଟାଏଁ ଟାଏଁ ଖରା । ଭଁଟା କେ ବାହାର୍‌ଲେ ଜୀବନ୍‌କନ୍ଦା ଦାନ୍ଦି ଥି ଦିହିଁ ଜଲି ଯଉଛେ । ହାଓ ହାଓ କରୁଛେ ମୁହୁଁ । ସତେ ଯେନ୍‌ତା କିଏ ମୁହୁଁ ଉପ୍‌ରେ ଉଂଜଲା ଉଂଜଲା ଅଙ୍ଗରା ରୁକିଦଉଛେ । ଟାଏଁ ଟାଏଁ ଟଁଟି ଶୁଖୁଛେ । ତର୍‌ବୁଜ୍‌, ଲସି, କୋଲ୍‌ଡ଼ ଡ୍ରିଙ୍ଗ୍‌ସ୍‌ ଦୁକାନେ ଲୋକ ମାନଙ୍କର୍‌ ଜବର୍‌ଦସ୍ତ ଭିଡ଼୍‌ ଦେଖ୍‌ବାର୍‌ କେ ମିଲୁଛେ । ରୋଡ଼୍‌ ଉପରେ ରୁଟି ସେଁକି ହେଇଯିବା, ହେନ୍‌ତା ତତୁଛେ ରୋଡ଼୍‌ । ଫୁଟାଲା ପାଏନ୍‌ ମେତାନ୍‌ ବାହାରୁଛେ ଘରର୍‌ ଟେବ୍‌ ମାନ୍‌କୁ ପାଏନ୍‌ । ଆଲ୍‌ମାଲ୍‌ ଦୁଇ ପହର୍‌ ସମିଆଁ ଥି ସାବର୍‌ ଖୁଲି ଠାଡ଼୍‌ ହେଇଦେଲେ ଖଅଲି ଯିବା ଦିହଁର୍‌ ଛାଲ୍‌ । ଚେରେ ଚିର୍‌ଗୁନ୍‌ ବି ଖରାର୍‌ ଝାଁଜ୍‌ ଥି କେନେ କେନ୍‌ତା ପଟୋ ପଟୋ ମରି ଯାଉଥିବାର୍‌ ଦେଖ୍‌ବାର୍‌ କେ ମିଲୁଛେ ।

Leave A Reply

Your email address will not be published.