ବିଭାଗସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ବିଭାଗସ୍ତରୀୟ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଆଜି ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ସମାରୋହ ଉତ୍ସବରେ ଜ୍ୟୋତି ରଂଜନ ମିଶ୍ର (ପଶ୍ଚିମ ସମ୍ଭାଗ ସଂଯୋଜକ) ମୁଖ୍ୟ ଅତିଥି, ଶିବ ପ୍ରସାଦ ବାଗ (ପଶ୍ଚିମ ସମ୍ଭାଗ କୋଷାଧ୍ୟକ୍ଷ) ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ର ପ୍ରତି ସମର୍ପଣ ଭାବନା ବିଷୟରେ ଆଲୋକପାତ କରିଥିଲେ । ବରଗଡ଼ ବିଭାଗ ନିରୀକ୍ଷକ ବିଜନ କୁମାର ଜେନା ବୈଠକର ବୃତ୍ତ କଥନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଆଶିଷ କୁମାର ରଥ (ମାଧ୍ୟମିକ ବିଭାଗ ଶୈକ୍ଷିକ ସଂଯୋଜକ), ଅଶ୍ୱିନୀ କୁମାର ଦାଶ ଭେଡେନ ସଂକୁଳ ପ୍ରମୁଖ, ଦ୍ୱାଦଶ କୁମାର ପଧାନ, ଆନନ୍ଦ କୁମାର ପ୍ରଧାନ ବରଗଡ଼ ସଂକୁଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମନୋଜ କୁମାର ପଣ୍ଡା ଜିଲ୍ଲା ସହ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ୪୧ଟି ଶିଶୁ ମନ୍ଦିରର ୩୮ ଜଣ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ରହି ବୈଠକରେ ଶିଶୁମାନଙ୍କ ଶୈକ୍ଷିକ ବିକାଶ ଦିଗରେ ଉନ୍ନତି ପାଇଁ ଆଲୋଚନା କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.