ଅଚିହ୍ନା ଯୁବକଙ୍କ ମୃତଦେହ ଠାବ

ଯାଜପୁର : ଅଚିହ୍ନା ଯୁବକଙ୍କ ମୃତଦେହ ଠାବ । ଯାଜପୁର ସଦର ଥାନା ଅଡଙ୍ଗପୁରୁଷୋତ୍ତମ ବାଲିଘାଟ ନିକଟରୁ ଠାବ ହୋଇଛି ମୃତଦେହ । ଏବେ ଯାଏଁ ମିଳିନି ପରିଚୟ ।

ଖବର ଅନୁଯାୟୀ, ଅଡଙ୍ଗପୁରୁଷୋତ୍ତମ ବାଲିଘାଟ ନିକଟରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଦେଖୁ ଦେଖୁ ଘଟଣାସ୍ଥଳରେ ଭିଡ ଜମିବାରେ ଲାଗିଥିଲା । ହେଲେ ଏବେ ଯାଏଁ ମୃତଦେହର ସଠିକ୍‌ ପରିଚୟ ମିଳିନାହିଁ । ଏହା ଆତ୍ମହତ୍ୟା କି ହତ୍ୟା । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.